ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ସମେତ ୪ ଅଭିଯୁକ୍ତ ଗିରଫ

ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାର କାର୍ଯ୍ୟାନୁଷ୍ଠାନ । ମାଷ୍ଟରମାଇଣ୍ଡ ସହ ୪ ଅଭିଯୁକ୍ତ ଗିରଫ । ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି କଲା ଦେବଗଡ଼ ପୋଲିସ । ସମସ୍ତ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁର ହିମାଂଶୁ ନାରଙ୍ଗ, ଦୀପକ ନାଏକ, ରୋହିତ ପାତ୍ର ଓ ମହେଶ୍ବର ଶଗଡିଆ ।

ଦେବଗଡ଼ (କେନ୍ୟୁଜ): ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାର କାର୍ଯ୍ୟାନୁଷ୍ଠାନ । ମାଷ୍ଟରମାଇଣ୍ଡ ସହ ୪ ଅଭିଯୁକ୍ତ ଗିରଫ । ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି କଲା ଦେବଗଡ଼ ପୋଲିସ । ସମସ୍ତ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁର ହିମାଂଶୁ ନାରଙ୍ଗ, ଦୀପକ ନାଏକ, ରୋହିତ ପାତ୍ର ଓ ମହେଶ୍ବର ଶଗଡିଆ ।

ଗତ ୧୮ ତାରିଖରେ ଟ୍ୟୁସନ ସାରି ଆଇ ସହ ଫେରୁଥିବାବେଳେ ୬ବର୍ଷରକୁନି ଝିଅ ପିହୁକୁ କିଡନାପ୍ କରିଥିଲେ ଅଭିଯୁକ୍ତ । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅଞ୍ଚଳରୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ । ସହରର ଜଣାଶୁଣା କପଡା ବ୍ୟବସାୟୀ ଭାଇ ଭାଇ ଲୁଗା ଦୋକାନ ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷର ଝିଅ ପିହୁ। ଟଙ୍କା ପାଇଁ ସେପ୍ଟେମ୍ବର ମାସରୁ ଅପହରଣ ଯୋଜନା କରିଥିଲେ ଅଭିଯୁକ୍ତ । ପୂର୍ବ ଯୋଜନା ମୁତାବକ ଅପହରଣ କରିଥିଲେ। ଏନେଇ ପରିବାର ଲୋକ ଦେବଗଡ଼ ଥାନାରେ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ଆଦର୍ଶ ଥାନା ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.