Below header

ରାଜ୍ୟର ପ୍ରମୁଖ ପୀଠର ରୂପାନ୍ତରଣ ଓ ଭକ୍ତଙ୍କ ସୁବିଧା ସରକାରଙ୍କ ଲକ୍ଷ୍ୟ, ବିରୋଧୀମାନେ ରାଜନୀତି ଓ ନ୍ୟସ୍ତସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରୁହନ୍ତୁ: ପିନାକୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ପ୍ରମୁଖ ପୀଠର ରୂପାନ୍ତରଣ ସରକାରଙ୍କ ଲକ୍ଷ୍ୟ । ପ୍ରମୁଖ ପୀଠରେ ଭକ୍ତଙ୍କ ସମସ୍ତ ସୁବିଧା କରିବା ସରକାରଙ୍କ ଲକ୍ଷ୍ୟ । ଆଜି ଓଡ଼ିଶା ଏକ ସ୍ୱର୍ଣ୍ଣିମ ଦିନ ଦେଖିଛି । ମା ତାରାତାରିଣୀ ପୀଠର ନବକଳେବର ହୋଇଛି। ଭକ୍ତଙ୍କ ଲାଗି ଉତ୍କୃଷ୍ଟମାନର ସୁବିଧା ରହିଛି। ଏହି ରୂପାନ୍ତରକୁ ସବୁଆଡୁ ପ୍ରଶଂସା ମିଳିଛି। ପୁରୀ ଶ୍ରୀମନ୍ଦିର, ସମଲେଶ୍ୱରୀ, ବଦଳଦେବ ଜୀଉ, ଲିଙ୍ଗରାଜ ମନ୍ଦିର, ନୃସିଂହନାଥ ମନ୍ଦିରରେ ଭକ୍ତଙ୍କ ଲାଗି ସୁବିଧା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦୁର୍ଭାଗ୍ୟ ବଶତଃ ପୁରୀ ଶ୍ରୀମନ୍ଦିର ପୁନର୍ବିକାଶ କାମରେ କିଛି ନ୍ୟସ୍ତସ୍ୱାର୍ଥ ଓ ରାଜନୈତିକ ଗୋଷ୍ଠୀ ବାଧା ଉପୁଜାଉଛନ୍ତି ।

ମାମଲା ଏବେ ହାଇକୋର୍ଟଙ୍କ ବିଚାରାଧିନ ରହିଛି। ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ନେତା ଶ୍ରୀମନ୍ଦିର ଉନ୍ନୟନ କାମକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ରାଜନୀତି ଓ ନିଜ ସ୍ୱାର୍ଥଠାରୁ ଉପରକୁ ଉଠିବାକୁ ଅପିଲ କରିଛନ୍ତି ସାଂସଦ ପିନାକୀ ମିଶ୍ର । ନଚେତ ଇତିହାସ ସେମାନଙ୍କୁ କ୍ଷମା ଦେବ ନାହିଁ ବୋଲି କହିଛନ୍ତି । ବିନା GPRSରେ ଖନନ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି ଠିକ ଭାବେ GPRS ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.