Below header

ପୁରୀରେ ଅଭିନବ ଢଙ୍ଗରେ ପାଳନ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ପୁରୀ(କେନ୍ୟୁଜ୍): ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ହୋଇଛି । ଏକ ଅଭିନବ ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ପୁରୀର ଜଣେ ଚା’ ଦୋକାନୀ । ଟାଉନ ହଲ ଛକରେ ଅଛି ଜୟସିଂହଙ୍କ ଚା ଦୋକାନ । ମୋଦିଙ୍କ ଜନ୍ମଦିନ ନେଇ ଜୟସିଂହ ୫ ହଜାର ରସଗୋଲା ମାଗଣା ବାଣ୍ଟିଛନ୍ତି । ନିଜର ଚା ଦୋକାନକୁ ସଜେଇବା ସହ ସେ କେକ୍‌ ମଧ୍ୟ କାଟିଛନ୍ତି । ଜୟସିଂହଙ୍କ ସହିତ ଏହି ଅବସରରେ ସାମିଲ ହୋଇଥିଲେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ବିଜେପିର ଅନେକ କର୍ମକର୍ତ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.