Below header

ପ୍ରଧାନମନ୍ତ୍ରୀ ହେବା ପରେ ଆଜି ପର୍ଯ୍ୟନ୍ତ ଥରେ ବି ରୋଗରେ ପଡିନାହାନ୍ତି ମୋଦି, ଜନ୍ମଦିନରେ ଜାଣନ୍ତୁ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟର ରହସ୍ୟ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବରରେ ନିଜର ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିଜର ପ୍ରଧାନମନ୍ତ୍ରୀତ୍ୱ କାଳରେ ନରେନ୍ଦ୍ର ମୋଦି ଥରେ ମଧ୍ୟ ରୋଗରେ ପଡିନାହାନ୍ତି। ଏହି ବୟସରେ ବି ପ୍ରଧାନମନ୍ତ୍ରୀ ପୂରାପୂରି ଭାବରେ ଫିଟ ଏବଂ ଶକ୍ତିଶଳୀ ଅଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ୧୮ ଘଣ୍ଟା କାମ କରନ୍ତି ଏବଂ କେବେବି ଛୁଟି ନିଅନ୍ତି ନାହିଁ। ନିଜର ନିୟମିତ ଜୀବନଶୈଳୀ ଏବଂ ସନ୍ତୁଳିତ ଆହର ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଏତେ ଫିଟ୍‌ ଏବଂ ଶକ୍ତିବାନ ରଖିଥାନ୍ତି। ଖାଦ୍ୟରେ ତାଙ୍କୁ ଶାକାହାରୀ ଭୋଜନ ପସନ୍ଦ। ତେବେ ଆସନ୍ତୁ ଜାଣିବା ମୋଦିଙ୍କୁ ଖାଇବାରେ କଣ ପସନ୍ଦ କରନ୍ତି।

ସକାଳର ଜଳଖିଆ

pm_modiରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ରାତିରେ ଯେତେ ଡେରୀରେ ଶୋଇଲେ ବି ସକାଳ ୫ଟା ପାଖାପାଖି ଉଠି ପଡନ୍ତି। ମୋଦି ସକାଳୁ ଯୋଗାସନ କରିବା ପରେ ଜଳଖିଆରେ ସାଧା ଗୁଜୁରାତି ଖାଦ୍ୟ ପସନ୍ଦ କରିଥାନ୍ତି। ଜଳଖିଆରେ ପୋହା ଖାଇବାକୁ ତାଙ୍କୁ ବହୁତ ଭଲ ଲାଗିଥାଏ। ଏହାଛଡା ଖିଚଡି, କଡୀ, ଉପମା ଏବଂ ଖାକରା ଆଦି ଗୁଜରାତି ବ୍ୟଞ୍ଜନ ମଧ୍ୟ ମୋଦି ଜଳଖିଆରେ ପସନ୍ଦ କରିଥାନ୍ତି। ପ୍ରଧାନମନ୍ତ୍ରୀ ଜଳଖିଆରେ ଅଦା ଚା ନିଶ୍ଚୟ ପିଇଥାନ୍ତି। ଏହି ଜଳଖିଆ କାରଣରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ଶକ୍ତିବାନ ରହିଥାନ୍ତି।

ଏହାସହ ପଢନ୍ତୁ : ଇମ୍ରାନଙ୍କୁ ଲାଗିବ ଆଉ ଏକ ଝଟକା, ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ

ଦିନର ଭୋଜନ

modi_1ଦିନ ଖାଇବାରେ ପ୍ରଧାନମନ୍ତ୍ରୀ ମୋଦି ବିନା ମସଲାରେ ସାଧା ଏବଂ ସନ୍ତୁଳା ଭୋଜନ ଖାଇଥାନ୍ତି। ପ୍ରଧାନମନ୍ତ୍ରୀ ଦ୍ୱିପହର ଖାଦ୍ୟରେ ଭାତ, ତରକାରୀ ଏବଂ ଦହି ସାମିଲ କରିଥାନ୍ତି। ଗହମ ରୁଟି ଅପେକ୍ଷା ଗୁଜରାତି ଭାକରୀ ଖାଦ୍ୟ ଖାଇବା ତାଙ୍କୁ ବହୁତ ପସନ୍ଦ। ପ୍ରଧାନମନ୍ତ୍ରୀ ସ୬ଂସଦୀୟ କାର୍ଯ୍ୟବାହୀ ସମୟରେ ଦ୍ୱିପ୍ରହରରେ ସଂସଦର କ୍ୟାଣ୍ଟିନର ଫ୍ରୁଟ ସାଲାଡ୍‌ ଖାଇଥାନ୍ତି।

ରାତି ଖାଇବା

Narendra-Modiପ୍ରଧାନମନ୍ତ୍ରୀ ମୋଦି ରାତି ଖାଦ୍ୟରେ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଗୁଜରାତି ଖିଚଡୀ ବ୍ୟତୀତ ଭାକରୀ, ଡାଲି ଏବଂ ବିନା ମସଲାଯୁକ୍ତ ପରିବା ଭଳି ବ୍ୟଞ୍ଜନ ମୋଦି ରାତିର ଖାଇବାରେ ସାମିଲ କରିଥାନ୍ତି।

ନିଶ୍ଚିତ ପଢନ୍ତୁ : କଶ୍ମୀର ଯିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ, ଜାଣନ୍ତୁ ଗସ୍ତର କାରଣ

ଉପବାସ ସମୟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥାନ୍ତି ଯେ ଉପବାସ ରଖିଲେ ଶରୀର ସୁସ୍ଥ ରହିଥାଏ। ମୋଦି ନବରାତ୍ରୀର ନଅ ଦିନରେ ଉପବାସ ରଖିଥାନ୍ତି। ଉପବାସ ସମୟରେ ମୋଦି କେବଳ ଲେମ୍ବୁ ପାଣି ପିଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.