Below header

ପୁରି, ପରଟା ସହିତ ପରଷନ୍ତୁ ଗରମ ଗରମ ବାଇଗଣ, କିନ୍ତୁ କିଛି ଏଭଳି ଷ୍ଟାଇଲ୍‌ରେ

ବାଇଗଣ ଗୋଟିଏ ଏମିତି ପରିବା, ଯାହାକୁ ଖାଇବାକୁ କିଛି ଲୋକ ପସନ୍ଦ କରିଥାଆନ୍ତି ତ ଆଉ କିଛି ଲୋକ କରି ନ ଥାଆନ୍ତି। ତେଣୁ ସେମାନଙ୍କ ପାଇଁ ଆମେ ଆଜି ନେଇକି ଆସିଛୁ, କିଛି ଭିନ୍ନ ଷ୍ଟାଇଲର ବାଇଗଣ ରେସିପି। ଆପଣ ଚାହିଁଲେ ଏହାକୁ ପୁରି କିମ୍ବା ପରଟା ସହିତ ଖାଇପାରିବେ।

ଆବଶ୍ୟକ ସାମଗ୍ରୀ

– ବାଇଗଣ ଅଧ କିଲୋ
– ତେଲ ୨-୩ ବଡ଼ ଚାମଚ
– ଦହି ୧-୨ ବଡ଼ ଚାମଚ
– ଗହମ ଅଟା ୨-୩ ବଡ଼ ଚାମଚ
– ଧନିଆ ପତ୍ର ୨ ବଡ଼ ଚାମଚ(କଟା ହୋଇଥିବା)
– ହଳଦୀ ପାଉଡର ୧-୪ ଛୋଟ ଚାମଚ
– ଧନିଆ ପାଉଡର ୧-୨ ଛୋଟ ଚାମଚ
– ଲଙ୍କାଗୁଣ୍ଡ ୧-୪ ଛୋଟ ଚାମଚ
– ଚାଟ୍‌ ମସଲା ୧ ଛୋଟ ଚାମଚ
– ଗୋଲମରିଚ ଗୁଣ୍ଡ ୧-୪ ଛୋଟ ଚାମଚ
– ଲୁଣ ସ୍ୱାଦ ଅନୁସାରେ

ପ୍ରଣାଳୀ

ଦହିରେ ଲଙ୍କାଗୁଣ୍ଡ, ଧନିଆ, ହଳଦୀ, ଲୁଣ ଏବଂ ଗୋଲମରିଚ ପକାଇ ମସଲା ବନାନ୍ତୁ। ବାଇଗଣର ପତଳା ପତଳା ସ୍ଲାଇସ୍‌ କାଟି ଦିଅନ୍ତୁ ଏବଂ ଏହାର ଉଭୟ ପାର୍ଶ୍ୱରେ କିଛି କଣା କରନ୍ତୁ, ଯେପରି ତା’ ଭିତରକୁ ମସଲା ପଶିପାରିବ। ଏବେ ବାଇଗଣର ଦୁଇପଟେ ଦହିର ଲେପ ଲଗାନ୍ତୁ। ସ୍ଲାଇସ୍‌କୁ ଅଟାର କୋଟିଙ୍ଗ୍‌ ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ବାଇଗଣକୁ କଡ଼େଇରେ ଏପରି ପକାନ୍ତୁ, ଯେପରି ଗୋଟିଏ ଉପରେ ଆଉ ଗୋଟିଏ ଚଢ଼ି ନ ଯାଏ। ଏହାକୁ ଧିମା ଆଞ୍ଚରେ ସେକନ୍ତୁ। ଯେତେବେଳେ ଏହା ଗ୍ଲୋଲ୍ଡେନ୍‌ ବ୍ରାଉନ୍‌ ହୋଇଯିବ, ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏହି ଗରମ ଗରମ ବାଇଗଣକୁ ପୁରି, ଲୁଚି କିମ୍ବା ପରଟା ସହିତ ଆପଣ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.