କଟକ: ସ୍କୁଲର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

କଟକ(କେନ୍ୟୁଜ୍): ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ । ସ୍କୁଲ ସମସ୍ୟା ନେଇ ଶ୍ରେଣୀଗୃହ ବର୍ଜନ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନନ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ । ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲା ପାଠ ପଢନ୍ତି । ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶ୍ରେଣୀଗୃହର ଅବସ୍ଥା ଶୋଚନୀୟ ହୋଇଥିବା ଅଭିଯୋଗ ହୋଇଛି । ଏମିତିକି ବିଦ୍ୟାଳୟରେ ପିଲାଙ୍କ ପାଇଁ ଶୌଚାଳୟ ନାହିଁ । ଏନେଇ ଯେତେ ଅଭିଯୋଗ କଲେ ବି କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ଶ୍ରେଣୀଗୃହ ବର୍ଜନ କରି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଫାଟକ ଖୋଲିଥିଲେ । ଖୁବଶୀଘ୍ର ଆଲୋଚନା କରାଯାଇ ସ୍ଥାୟୀ ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.