Below header

ଓଡ଼ିଶା ସମେତ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, କରୋନା ସ୍ଥିତି ନେଇ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ନବୀନଙ୍କ ସହ କଥା ହେଲେ ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ବି ସେମାନଙ୍କ ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ଆଲୋଚନା କରିଛନ୍ତି । ସେହିପରି ପୁଡୁଚେରୀ ଓ ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ।

କରୋନା ମୁକାବିଲା ନେଇ ଏସବୁ ରାଜ୍ୟର ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ନେଇ ବି ଆଲୋଚନା ହୋଇଥିବା କୁହାଯାଉଛି । ସେହିପରି କୋଭିଡ୍‌ ଟେଷ୍ଟିଂ ଓ ଚିକିତ୍ସା ବାବଦରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.