୫୦୦ ଟଙ୍କାର ସବୁଠୁ ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ ଏବେ ହାଇସ୍ପିଡ ଡାଟା ସହ ଅନଲିମିଟେଡ କଲ ସୁବିଧା

ଟେଲିକମ କମ୍ପାନୀ ୟୁଜର୍ସ ଇଣ୍ଟରନେଟର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଜବରଦସ୍ତ ଇଣ୍ଟରନେଟ ପ୍ଲାନ ନେଇ ଆସିଛି । ଏହି ସମୟରେ ପ୍ରିିପେଡ ପ୍ଲାନ ସହିତ ବ୍ରଡବ୍ୟାଣ୍ଡ ପ୍ଲାନର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଛି । ଏଥିପାଇଁ ୟୁଜର୍ସଙ୍କ ପାଇଁ ଶସ୍ତା ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ମାର୍କେଟକୁ ଅଣାଯାଇଛି । ଏଥିରେ ଆପଣଙ୍କୁ ଜିଓ, ବିଏସଏନଏଲ ଏବଂ ଏୟାରଟେଲର ୫୦୦ ଟଙ୍କା ରୁ କମ ଟଙ୍କାରେ ବ୍ରଡବ୍ୟାଣ୍ଡ ପ୍ଲାନ ମିଳିବ ।

ବିଏସଏନଏଲ:

ଫାଇବର ବେସିକର ୪୪୯ଟଙ୍କାର ଡାଟାପ୍ଲାନ ବହୁତ ଭଲ ରହିଛି । ଏହି ପ୍ଲାନରେ ଆପଣଙ୍କୁ ୩୦ ଏମବିପିଏସ ସ୍ପିଡର ୩୩୦୦ଜିିବିର ଡାଟା ପ୍ଳାନ ମିଳିବ । ଡେଲି ଡାଟା ଲିମିଟ ସରିଗଲେ ଆପଣଙ୍କ ନେଟ ୨ଏମବିପିଏସ ରେ ଚାଲିବ । ଏହାସହ ଅନଲିମିଟେଡ କଲ ସୁବିଧା ମଧ୍ୟ ରହିଛି ।

ଏୟାରଟେଲ:

୪୪୯ଟଙ୍କାର ଏୟାରଟେଲର ଏହି ବ୍ୟବସ୍ଥା ୟୁଜର୍ସଙ୍କ ପାଇଁ ସବୁଠୁ ଶସ୍ତା ପ୍ଲାନ । ଏଥିରେ ୪୦ ଏମବିପିଏସ ସ୍ପିଡରେ ଅନଲିମିଟେଡ ଡାଟା ମିିଳିବ । ଏହାସହ ଅନଲିମିଟେଡ କଲିଙ୍ଗ ସୁବିଧା ମଧ୍ୟ ରହିଛି । ପ୍ରିମିୟମ ଆପ ଉପରେ ଏହା ଫ୍ରି ସବସ୍କ୍ରିପସନ ମଧ୍ୟ ଦେଉଛି ।

ଜିଓ:

ଏହାର ସବୁଠୁ ଶସ୍ତା ପ୍ଲାନ ୩୯୯ ଟଙ୍କାର ରହିଛି । ଏଥିରେ ଆପଣଙ୍କୁ ୧୦ ଏମବିପିଏସ ସ୍ପିଡର ଅନଲିମିଟେଡ ଡାଟା ଦେବା ସହ ଅନଲିମିଟେଡ କଲିଙ୍ଗ ସୁବିଧା ରହିଛି । ମାତ୍ର କେବଳ ଜିଓ ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.