ଟିକା ଉପରୁ ଜିଏସ୍‌ଟି ଛାଡ କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଟିକା ଉପରୁ ଜିଏସ୍‌ଟି ଛାଡ କର। ବିଭିନ୍ନ ସେସ୍‌ ଓ ସରଚାର୍ଜରୁ ସଂଗ୍ରହ ହେଉଥିବା ରାଜସ୍ୱରେ ରାଜ୍ୟର ଅଂଶ ରହୁ । ଏହି ପ୍ରସ୍ତାବ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକା ଦେବାକୁ ରାଜ୍ୟ ସରକାର କଂପାନୀଠାରୁ ଟିକା କିଣୁଛନ୍ତି। କିନ୍ତୁ ଏଥିରେ ଜିଏସ୍‌ଟି ଲାଗୁଛି। ତେଣୁ ରାଜ୍ୟଗୁଡିକ ପାଇଁ ଟିକା ମହଙ୍ଗା ପଡୁଛି। ତେଣୁ ଟିକା ଉପରୁ ଜିଏସ୍‌ଟି ସଂପୂର୍ଣ୍ଣ ଛାଡ କରାଯାଉ। ଫଳରେ ଟିକା ଦର କମିବ ଏବଂ ସସସ୍ତଙ୍କୁ ଟିକା ଦେବା ଅଭିଯାନରେ ରାଜ୍ୟଗୁଡିକୁ ସାହାଯ୍ୟ କରିବ ।

କୋଭିଡ୍‌ ବିରୋଧ ଲଢେଇ ପାଇଁ ଦୀର୍ଘ ଓ ନିୟମିତ ଉଦ୍ୟମ ଆବଶ୍ୟକ। ତେଣୁ ଦେଶ ଏକାଠି ହୋଇ ଲଢିବା ପାଇଁ ରାଜ୍ୟଗୁଡିକୁ ସାହାଯ୍ୟ ଦରକାର। ଅର୍ଥର ଅଭାବ ଯେପରି ରାଜ୍ୟଗୁଡିକୁ ପ୍ରଭାବିତ ନ କରୁ। ପେଟ୍ରୋଲ, ଡିଜେଲ, ମଦ ଆଦିରୁ ସେସ୍‌ ଓ ସରଚାର୍ଜ ଜରିଆରେ ଅତିରିକ୍ତ ସମ୍ବଳ ଆଦାୟ ହେଉଛି। କିନ୍ତୁ ତାହା କେବଳ କେନ୍ଦ୍ର ସରକାର ନେଉଛନ୍ତି। ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ ସେହି ସମ୍ବଳ ରାଜ୍ୟଗୁଡିକ ମଧ୍ୟରେ ବଣ୍ଟନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.