Below header

ଭୁବନେଶ୍ୱର: ତାଲାବନ୍ଦ ସମୟରେ କିଟ୍‌ ଓ କିସ୍‌ ପକ୍ଷରୁ ନିରାଶ୍ରୟ ଓ ଗରିବଙ୍କୁ ମଧ୍ୟାହ୍ନଭୋଜନ ଓ ରାତ୍ର ଭୋଜନ ଯୋଗାଣ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରର ୪ଟି ସ୍ଥାନରେ ଆଜି କିଟ୍‌ ଓ କିସ ପକ୍ଷରୁ ଦୁଇ ଓଳି ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଆସୋସିଏସନ ଫର ବ୍ଲାଇଣ୍ଡ, ମଞ୍ଚେଶ୍ୱରର ଗୋପବନ୍ଧୁ ଲେପ୍ରୋସୀ କଲୋନୀ ଓ ଜଗନ୍ନାଥ ଲେପ୍ରୋସୀ କୋଲୋନୀ ସହ କଳ୍ପନା ଅଂଚଳର ଏକ ବସ୍ତିରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି।

କିଟ୍‌ ଓ କିସ୍‌ ସର୍ବଦା ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇଆସିଛି। ମହାମାରୀ ହେଉକି, ପ୍ରାକୃତିକ ଦୁର୍ବିପାକ, କିଟ୍‌ ସର୍ବଦା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଛି।

  kiit kiss 1

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମେ’୫ରୁ ୧୯ ଯାଏ ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ଭୁବନେଶ୍ୱରରେ ରହୁଥିବା ନିରାଶ୍ରୟ ଓ ଗରିବ ଲୋକମାନେ ଖାଦ୍ୟ ପାଇଁ ଯେଭଳି କୌଣସି ଅସୁବିଧାରେ ନପଡନ୍ତି, ସେଥିପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ତାଲାବନ୍ଦ ସମୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିରାଶ୍ରୟ ଓ ଗରିବ ଲୋକଙ୍କୁ ମଧ୍ୟାହ୍ନଭୋଜନ ଓ ରାତ୍ର ଭୋଜନରେ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଗତବର୍ଷ ମଧ୍ୟ କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଗରିବ ଓ ନିରାଶ୍ରୟଙ୍କୁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏହା ସହ ବିଭିନ୍ନ ଅଞ୍ଚଳରେ ବୁଲା ପଶୁ ଓ ପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.