ପୁରୀ: ବ୍ରହ୍ମଗିରିର ଏକ କାଜୁ ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ, ପାଖରେ ଅଛି ଲୁଗା ଓ ଗାମୁଛା ସହ ଟଙ୍କା

ବ୍ରହ୍ମଗିରି(କେନ୍ୟୁଜ୍): ଆଜି ଅପରାହ୍ନରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କଳିକାବଡି ଅର୍ଜୁନଶ୍ୱର ନିକଟ ଜଙ୍ଗଲରୁ ଏକ ମଣିଷ ଖପୁରୀ ସହିତ ଗୋଟେ ଲୁଗା ଓ ଗାମୁଛାରେ ବନ୍ଧା ଟଙ୍କା ପଡିରହିଥିବା ଦେଖିବାକୁ ମିଳିଛି। ଲୋକେ କାଜୁ ତୋଳିବା ପାଇଁ ଯାଇଥିବା ବେଳେ କଣ୍ଟା ବୁଦା ମୂଳେ ଏହି ଖପୁରୀ ସହିତ ଗୋଟେ ଲୁଗା ଓ ଗାମୁଛା ପଡିଥିବା ଦେଖିଥିଲେ । ଏନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

କାହାର ଏହି ଖପୁରୀ ଏଠାକୁ କେମିତି ଆସିଲା ଓ କାହାର ଏହି ଖପୁରୀ ତାହା ତଦନ୍ତ ହେବ ନିହାତି ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏ ନେଇ ପୋଲିସ ପାଖରେ କୌଣସି ଅଭଯୋଗ ହୋଇ ନଥିବା ପୋଲିସ କହୁଛି । ଆସନ୍ତା କାଲି ଏହାକୁ ତଦନ୍ତ କରାଯିବ ବୋଲି ବ୍ରହ୍ମଗିରି ପୋଲିସ ତରଫରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.