ଜାଲ କାଗଜପତ୍ର ଜରିଆରେ ବଡ ଠକେଇ: ବାପୁଜୀନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ବାପୁଜୀନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ । ବିରେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ଯ ଗିରଫ କରାଯାଇଛି। ଦୁଇ ସହଯୋଗୀ ହେଉଛନ୍ତି ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା  । ତିନି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।

ଜାଲ କାଗଜପତ୍ର ଜରିଆରେ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି। ଗ୍ରାହକ ଡକ୍ୟୁମେଣ୍ଟକୁ ଭିତି କରି ଟଙ୍କା ହଡପ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ୨୦୧୭ ମସିହାରେ ଠକେଇ ହୋଇଥିବା ବେଳେ ଗତ ଡିସେମ୍ବରରେ EOW ରେ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.