Below header

ପଟ୍ଟାମୁଣ୍ଡାଇରେ ଖାଦ୍ୟରୁ ବାହାରିଲା ବିଷାକ୍ତ ସାପ, ଭୋଜି ଖାଇଥିବା ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ : ଖାଦ୍ୟରୁ ବାହାରିଲା ବିଷାକ୍ତ ସାପ। ଭୋଜି ଚାଲିଥିବା ବେଳେ ଶେଷରେ ଖାଦ୍ୟରୁ ବାହାରିଥିଲା ବିଷାକ୍ତ ସାପ। ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗାଁରେ। ଗାଁର ଏକ ମହିଳା ଗୋଷ୍ଠୀ ସ୍ଥାନୀୟ ମନ୍ଦିରରେ ଭୋଜି ଆୟୋଜିତ କରିଥିଲେ। ପ୍ରାୟ ୩୦ଟି ପରିବାରର ଲୋକ ଏଥିରେ ଯୋଗ ଦେଇଥିଲେ। ଭୋଜିରେ ଖିଆ ପିଆ ସରିଥିଲା। ତେବେ ଶେଷରେ ଖାଦ୍ୟରେ ଏକ ଫୁଟ ଲମ୍ବର ଏକ ବିଷାକ୍ତ ଚିତି ସାପ ପଡ଼ିଥିବା ଦେଖାଯାଇଛି। ଏହାକୁ ନେଇ ଭୋଜିରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ଖେଳିଯାଇଥିଲା। ଆତଙ୍କିତ ହୋଇ ପ୍ରାୟ ୫୦ରୂୁ ଅଧିକ ଲୋକ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେମାନଙ୍କୁ ସାଲାଇନ ଦେବା ସହ ରକ୍ତ ଓ ଇସିଜି ପରୀକ୍ଷା ପରେ ଛାଡ଼ିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.