Below header

ନୂଆପଡ଼ାରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ର, ବସ ଚକ ତଳୁ ପାଇଲେ ନୂଆ ଜୀବନ

ନୂଆପଡ଼ା: ରଖିଲେ ହରି ମାରିବ କିଏ? ଏହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି। ବସ ଚକ ତଳୁ ଅଳ୍ପକେ ନୂଆ ଜୀବନ ପାଇଲେ ସ୍କୁଲ ଛାତ୍ର। ନୂଆପଡ଼ା ଜିଲ୍ଲା ସିନାପାଲିର ଅଗ୍ରସେନ ଭବନ ଆଗରେ ଜଣେ ଛାତ୍ର ସାଇକେଲରେ ସ୍କୁଲ ଯାଉଥିବା ବେଳେ ହଠାତ ବସ ତାଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ତାଙ୍କ ସାଇକେଲଟି ଭାଙ୍ଗି ଯାଇଥିବା ବେଳେ ଛାତ୍ରଜଣକ ସୌଭାଗ୍ୟ କ୍ରମେ ବର୍ତ୍ତି ଯାଇଥିଲା। ତାଙ୍କର କୌଣସି କ୍ଷତି ହୋଇନଥିଲା। ଏହି ଦୃଶ୍ୟ ସେଠାରେ ଥିବା ଏକ ଦୋକାନର ସିସି କ୍ୟାମେରାରେ କଏଦ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ରକ୍ଷା ପାଇଯାଇଥିବା ଛାତ୍ରଜଣକ ସିନାପାଲି କପଶି ଗାଁର କ୍ଷଣ ସୁନ୍ଦର ମାସରା ଓ ସେ ସିନାପାଲି ସରସ୍ୱତୀ ଶିଶୁମନ୍ଦିରର ୪ର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.