ପୁଣି ଦୀପିକାଙ୍କ ସଫଳତା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଏହି ଲକ୍ଜୁରୀ ବ୍ରାଣ୍ଡରେ କଲେ ଫଟୋସୁଟ୍‌

ବଲିଉଡ୍‌ରେ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଗତ କିଛି ଦିନ ତଳେ ଦୀପିକାଙ୍କୁ ଓ୍ଵାର୍ଲ୍ଡ ଫୋରମ ପକ୍ଷରୁ କ୍ରିଷ୍ଟଲ ଆଓ୍ଵାର୍ଡରେ ସମ୍ମାନୀତ କରାଯାଇଥିବା ବେଳେ ଏବେ ଦୀପିକା ପୁଣି ଥରେ ଇତିହାସ ରଚିଛନ୍ତି। ସୂଚନା ମୁତାବକ ଦୀପିକା ହିନ୍ଦୀ ଫିଲ୍ମ ‘ଉଦ୍ୟୋଗ’ରୁ ଅନ୍ତର୍ରାଷ୍ଟ୍ରିୟ ଲକ୍ଜରୀ ବ୍ରାଣ୍ଡ ଅଭିଯାନରେ ସାମିଲ ହେବାରେ ପ୍ରଥମ ମହିଳା।

aa-1ଏହି ସୂଚନା ଦୀପିକା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଦେଇଛନ୍ତି। ଦୀପିକା ନିଜ ଆକାଉଣ୍ଟରେ ଫଟୋ ସେୟାର କରି ଲେଖିଛନ୍ତି, ମୁଁ ଲୁଇ ଓ୍ଵୁଇଟନ ପରିବାରରେ ସାମିଲ ହୋଇଥିବାରୁ ରୋମାଞ୍ଚିତ ଅଛି। ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ବ୍ରାଣ୍ଡ ପାଇଁ ନିକୋଲସ Ghesquiere ର ଭିଜନର ଅଂଶ ହେବା କେବଳ ମୋ ପାଇଁ ରୋମାଚକ ନୁହେଁ ବରଂ ବିନମ୍ର ମଧ୍ୟ।

di-ଦୀପିକା ପ୍ରୀ-ଫାଲ ୨୦୨୦ ଅଭିଯାନରେ ଟପ୍‌ ଫ୍ୟାସନ ବ୍ରାଣ୍ଡ ପାଇଁ ସୋଫି ଟର୍ନର, ଏମ୍ମା ରୋବର୍ଟସ, ଲିସେୟଡୋକ୍ସ, କ୍ଲୋ ଗ୍ରେସ ମୋରେଟଜ, ଏଲିସିୟା ଭିକେଣ୍ଡରଙ୍କ ସହ ନଜର ଆସିବେ। ଏହି ଫଟୋସୁଟ୍‌ ରେ ଦୀପିକା ଚେକ୍‌ ଡ୍ରେସ୍‌ ସହ ଓ୍ଵିଣ୍ଟର କୋଟ ଏବଂ ବୁଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି।

Deepika-Padukoneଏହି ଉପଲବ୍ଧି ପାଇଁ ଦୀପିକାଙ୍କୁ ପ୍ରତ୍ୟେକ କ୍ଷେତ୍ରରୁ ଶୁଭେଚ୍ଛା ମିଳିଛି। ଦୀପିକାଙ୍କର ଏହି ଫଟୋକୁ ବର୍ତ୍ତମାନ ୩୨ ଲକ୍ଷ ଲୋକ ପସନ୍ଦ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.