Below header

ଭୁଲରେ ବି କାର୍ଯ୍ୟକ୍ଷେତ୍ରରେ ଲଗାନ୍ତୁ ନାହିଁ ଏହି ସବୁ ପେଣ୍ଟିଙ୍ଗ, ନଚେତ ସାମ୍ନା କରିବାକୁ ପଡିପାରେ ଅନେକ ସମସ୍ୟା

ଅଧିକାଂଶ ଲୋକ ନିଜ ଘର ଓ ଅଫିସ ସଜାଇବା ପାଇଁ ବିଭିନ୍ନ ପ୍ରକାରର ପେଣ୍ଟିଙ୍ଗ ସଂଗ୍ରହ କରିଥାନ୍ତି । ବାସ୍ତୁ କିନ୍ତୁ ଏକ୍ଷେତ୍ରରେ କିଛିଟା ଭିନ୍ନ ମତ ରଖେ । ସେହି ଅନୁଯାୟୀ ଯଦି ସଠିକ ପେଣ୍ଟିଂ ଲଗା ନ ଯାଏ ତେବେ ଧନ ଧାନ୍ୟ ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଯଦି ଭୁଲରେ ପେଣ୍ଟିଙ୍ଗ ଲଗାଯାଏ ତେବେ ଖରାପ ପ୍ରଭାବ ପଡେ ବୋଲି ବିଶ୍ୱାସ କରାଯାଏ । ଏମିତିକି ବ୍ୟବସାୟ ରେ ବି ଗଭୀର କ୍ଷତି ଦେଖା ଦେଇପାରେ ।

ଗହିରିଆ ରଙ୍ଗର ପେଣ୍ଟିଙ୍ଗ ଲଗାନ୍ତୁ ନାହିଁ :

ଅଫିସର କାନ୍ଥ ଗୁଡିକରେ ଗହିରିଆ ରଙ୍ଗର ପେଣ୍ଟିଙ୍ଗ ଜମା ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱରା ବ୍ୟବସାୟରେ ଯେମିତି ବିଷାଦ ଲାଗି ରହିଥାଏ । କୌଣସି କାର୍ଯ୍ୟ ଶୀଘ୍ର ପୂରଣ ହୋଇନଥାଏ ।

office

ଅସ୍ତ ହେଉଥିବା ସୂର୍ଯ୍ୟ;

ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଫଟୋ ଭୁଲରେ ବି ଲଗାଇବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା କଳହର ବାତାବରଣ ଲାଗି ରୁହେ ବୋଲି ବାସ୍ତୁ ଅନୁଯାୟୀ ବିଶ୍ୱାସ କରାଯାଏ ।

ବୁଡ଼ିଯାଉଥିବା ଜାହାଜ :

ଅସ୍ତ ପ୍ରାୟ ସୂର୍ଯ୍ୟ ପରି ବୁଡି ଯାଉଥିବା ଜାହାଜର ଫଟୋ ଲଗାଇବା ଉଚିତ ନୁହେଁ । ନଚେତ ନେଗେଟିଭ ଶକ୍ତି ଗୁଡିକର ବୃଦ୍ଧି ହୋଇଥାଏ ।

office

କୌଣସି ଯୁଦ୍ଧର ଫଟୋ;

ଯୁଦ୍ଧର ଫଟୋ ତ କୌଣସି ବି ସ୍ଥାନରେ ଲଗାଇବା ଉଚିତ ନୁହେଁ । ଏହି କାରଣରୁ କର୍ମଚାରୀଙ୍କ ମଧ୍ୟରେ କଳହର ବାତାବରଣ ଲାଗି ରୁହେ ବୋଲି ବିଶ୍ୱାସ କରାଯାଏ ।

କିନ୍ତୁ ଘରେ ତଥା ଅଫିସରେ ସବୁବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଟିଙ୍ଗ ଓ ରାଧା କୃଷ୍ଣଙ୍କ ପେଣ୍ଟିଙ୍ଗ ଲଗାଇବା ଶୁଭଦାୟୀ ହୋଇଥାଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.