Below header

ସୁନ୍ଦର ସହରର କଦର୍ଯ୍ୟ ନାମ, କୌଣସି ସ୍ଥାନର ନାଁ ଏତେ ବି ଖରାପ ହୋଇପାରେ! ଜାଣନ୍ତୁ କେଉଁଠି ?

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି ଯାହାର ନାଁ ଶୁଣିବାକୁ ଅଜବ ଲାଗେ। ଆଉ କିଛି ନାଁ ତ ଏତେ ଅଦ୍ଭୁତ ଯେ କାହା ସାମ୍ନାରେ ତାହାକୁ ପାଟିରେ ଧରିବାକୁ ବି ଖରାପ ଲାଗେ। ଦୁନିଆରେ ଏମିତି ବି ଅନେକ ସ୍ଥାନ ରହିଛି ଯାହାର ନାଁ କିଛି ଅଭଦ୍ର ଶବ୍ଦକୁ ସୂଚାଇଥାଏ। ଆସନ୍ତୁ ଜାଣିବା ଇଂଲଣ୍ଡରେ ଥିବା କେତେକ ସ୍ଥାନର ନାଁ ଯାହା ଶୁଣିବାକୁ ଗାଳି ଭଳି ଲାଗିଥାଏ…

ବିଚ୍‌ ଫିଲ୍ଡ (Bitchfield):

Image result for bitchfield

ବିଚ୍‌ ଫିଲ୍ଡ ଇଂଲଣ୍ଡର ଲିଙ୍କନଶାୟର କାଉଣ୍ଟିର ଅନ୍ତର୍ଗତ ଏକ ଗାଁ। ଏଠାରେ ଆହୁରି ଅନେକ ଅଜବ ନାଁ ଥିବା ଗାଁ ରହିଛି। ଯଥା: ଟଙ୍ଗ୍‌ ଏଣ୍ଡ (Tongue End), ପୋଡ ହୋଲ୍‌ (Pode Hole), କୁକୋ ବ୍ରାଇଡ୍‌ (Cuckoo Bridge) ଓ ଓ୍ଵାପୋଲ୍ଡ (Whaplode) ଇତ୍ୟାଦି।

ପେନିଷ୍ଟୋନ୍‌ (Penistone):

Image result for penistone

Penistone ଇଂଲଣ୍ଡର ସାଉଥ ୟାର୍କଶାୟରସ୍ଥିତ ଏକ ଖୁବ୍‌ ସୁନ୍ଦର ସହର। କୁହାଯାଏ ଯେ ପୂର୍ବରୁ ଏହାର ନାମ ପେନ୍‌ଷ୍ଟୋନ୍‌ (Penstone) ଥିଲା ଯାହା ପରେ ପରିବର୍ତ୍ତିତ ହୋଇ ପେନିଷ୍ଟୋନ୍‌ ହୋଇଛି।

ସ୍ଲଟ୍ସ ହୋଲ (Sluts Hole):

ଇଂଲଣ୍ଡର ନରଫ୍ଲୋକ୍ସରେ ଏହି ସ୍ଥାନ ରହିଛି। ପ୍ରକୃତରେ ଏହା ଏକ ରାସ୍ତା ଯାହା ସିଲଭର ଷ୍ଟ୍ରିଟ୍‌ ଓ ଓ୍ଵାନ୍‌ୱେଲ ରୋଡ଼ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ।

ଫ୍ୟାନି ହ୍ୟାଣ୍ଡ୍ସ (Fanny Hands):

फैनी हैंड्स

ଇଂଲଣ୍ଡର ଲିଙ୍କଶାୟରସ୍ଥିତ ଏକ ଗଳିର ନାଁ ହେଉଛି ଫ୍ୟାନି ହ୍ୟାଣ୍ଡସ୍‌ ଲେନ୍‌। ଏହି ଶବ୍ଦକୁ ଇଂରାଜୀରେ ମହିଳାଙ୍କ ଗୁପ୍ତାଙ୍ଗର ଗାଳି ଭାବେ ବ୍ୟବହାର କରାଯାଏ।

ଥ୍ରୀ କକ୍ସ ଲେନ୍‌ (Three Cocks Lane):

​थ्री कॉक्स लेन

ଏହି ସ୍ଥାନ ମଧ୍ୟ ଇଂଲଣ୍ଡରେ ରହିଛି।

ଲେଡି ହୋଲ ଲେନ୍‌ (Lady Hole Lane):

लेडी होल लेन

ଏହି ଗଳି ଇଂଲଣ୍ଡର ଡର୍ବିଶାୟର କାଉଣ୍ଟି ଅନ୍ତର୍ଗତ ଏକ ସ୍ଥାନର ନାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.