ଭୁବନେଶ୍ୱର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା, ତିନି ଅଭିଯୁକ୍ତ ଜାତୀୟ ସୁରକ୍ଷା ଆଇନରେ ବୁକ୍‌

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ଅଭିଯୁକ୍ତଙ୍କ ବଢ଼ିଲା ଅଡୁଆ । ତିନି ଜଣଙ୍କୁ ଜାତୀୟ ସୁରକ୍ଷା ଆଇନ ବଳରେ ବୁକ୍‌ କରାଯାଇଛି । ସେମାନେ ହେଲେ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ଜାନୁଆରୀ ୧୦ରେ ଆତଙ୍କ ଖେଳାଇଥିଲେ ୨୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ । ଉଠା ଦୋକାନୀଙ୍କୁ ଆକ୍ରମଣ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରଫଙ୍କ ମଧ୍ୟରେ ଅଧିକାଂଶ ଥିଲେ ନାବାଳକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.