Below header

ଆସିକା କାଳଷଣ୍ଢପୁର ଗ୍ରାମର ବୃଦ୍ଧାଙ୍କ ଅଜବ ଅଭ୍ୟାସ, ଆଖିରେ ଦେଖିଲେ ଆଖିବି କରିବ ଅବିଶ୍ବାସ

ଭଞ୍ଜନଗର(କେନ୍ୟୁଜ୍): ଆଖିରେ ଦେଖିଲେ ଆଖିବି ଅବିଶ୍ବାସ କରିବ। କଥାଟା ଶୁଣିଲେ କାନବି ସନ୍ଦେହ କରିବ। ଜଣେ ପରିଣତ ବୟସ୍କାଙ୍କର ଏମିତି ଏକ ଅଜବ ଲକ୍ଷଣ ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଯାହାଙ୍କ ନା କେଶରୀ ବିଶ୍ବାଳ। ବୟସ ପାଖାପାଖି ୮୦ ଛୁଇଁଲାଣି । ଗାଁଠୁ ଆରମ୍ଭ କରି ଆଖାପାଖ ଅଞ୍ଚଳର ଲୋକେ ତାଙ୍କୁ ବାଲିଖାଇ ବୁଢୀ ବୋଲି ଡାକନ୍ତି ।

budhi maa picଗଞ୍ଜାମ ଜିଲ୍ଲା ଆସିକା ନିକଟ କାଳଷଣ୍ଢପୁର ଗ୍ରାମର ଏହି ବୃଦ୍ଧାଙ୍କୁ ବାଲିଖାଇ ବୁଢୀ ଡାକିବା ପଛରେ ତାଙ୍କ କାର୍ଯ୍ୟକଳାପ ହିଁ ଦାୟୀ । ଯେକେହିବି ଦେଖିଲେ ଏକଥାକୁ ହଠାତ୍ ବିଶ୍ବାସ କରିପାରିବ ନାହିଁ । କଥାଟି ହେଉଛି ଏହି ବୃଦ୍ଧା ଜଣଙ୍କ ପ୍ରତିଦିନ ମେଞ୍ଚା ମେଞ୍ଚା ବାଲି ବିନା କୌଣସି ସମସ୍ୟାରେ ଖାଇଥାନ୍ତି । ତାହାପୁଣି ଭାତ ଖାଇବା ଭଳି ଗୁଳା ଗୁଳା କରି । ପାଖାପାଖି ଦିନକୁ ଅଧକେଜିରୁ ଏକ କେଜି ବାଲିକୁ ସେ ଅନାୟାସରେ ଖାଇ ଦେଇଥାନ୍ତି । ଗତ ୧୫ରୁ ୨୦ବର୍ଷ ହେବ ସେ ଏଭଳି ଭାବେ ବାଲି ଖାଉଛନ୍ତି ।

bali maaଘର ପାଖକୁ ଲାଗି ରହିଛି ଋଷିକୂଲ୍ୟା ନଦୀ । ପ୍ରତିଦିନ ସକାଳୁ ସେ ନଦୀକୁ ସ୍ନାନ,ଶୌଚ ପାଇଁ ଯାଇଥାନ୍ତି । ଘରକୁ ଫେରିଲା ବେଳକୁ ସାଥିରେ ନଦୀ ବାଲି ଧରି ଆସିଥାନ୍ତି । ଆଉ ତାକୁ ଘର ବାରଣ୍ଡା ଉପରେ ରଖି ଖାଇଥାନ୍ତି। ବେଳେ ବେଳେ ଘର ଲୋକେ ବାଲି ଖାଇବାକୁ ନେଇ ତାଗିଦ୍ କଲେ ସେ ସେହି ନଦୀ ପଠାରେ ହିଁ ଖାଇଦେଇ ଆସିଥାନ୍ତି କିମ୍ବା ପିନ୍ଧିଥିବା ଲୁଗା କାନିରେ ଲୁଚାଇ ଘରକୁ ଆଣିଥାନ୍ତି । ଅବଶ୍ୟ କେବଳ ବାଲି ଖାଇ ସେ ଜୀବନ ବଞ୍ଚାଇ ନାହାନ୍ତି, ଏହା ବ୍ୟତୀତ ସେ ସ୍ୱାଭାବିକ ଭାବେ ଖାଦ୍ୟ ମଧ୍ୟ ଖାଇଥାନ୍ତି । ଯେଉଁଦିନ ଅଧିକ ବାଲି ଖାଇ ଦିଅନ୍ତି ସେହି ଦିନ ତାଙ୍କ ପେଟ ଟିକେ ଦରଜ ଲାଗେ ବୋଲି ସେ କହିଛନ୍ତି ।

balikhaiତେବେ ଏଭଳି ଏକ ଅଜବ ଅଭ୍ୟାସ କିପରି ଆରମ୍ଭ ହେଲା ବୋଲି ପଚାରିବାରୁ ସେ କହିଥିଲେ କି, ଦିନେ ସେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ବାଲିରୁ ଆସିଥିବା ବାସ୍ନା ତାଙ୍କୁ ଆକୃଷ୍ଟ କରିଥିଲା । ପ୍ରଥମେ ବାଲିକୁ ସେ ଚାଖିଥିଲେ ଏହାପରେ ଧୀରେ ଧୀରେ ବାଲି ଖାଇବାକୁ ଲାଗିଥିଲେ । ଏତେ ବର୍ଷ ହେଲା ସେ ବାଲି ଖାଇ ଚାଲିଛନ୍ତି ହେଲେ ତାଙ୍କ ଶରୀରେ ତାର କୌଣସି ପ୍ରଭାବ ଲକ୍ଷ୍ୟ କରାଯାଇ ନାହିଁ । ସେ ସ୍ୱାଭାବିକ ଅଛନ୍ତି ।
କେଶରୀଙ୍କ ଏହି ଅଭ୍ୟାସକୁ ଯେକେହିବି ଦେଖି ଆଶ୍ଚର୍ଯ୍ୟ ହେବାଟା ସ୍ବଭାବିକ । ତେବେ ତାଙ୍କର ଏହି ଅଭ୍ୟାସକୁ ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଦ୍ବନ୍ଦରେ ପଡିଛନ୍ତି ।

ଗଞ୍ଜାମ ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେନ୍ୟୁଜ୍

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.