ଏବେ ଯୁବପିଢୀଙ୍କ ସ୍ୱପ୍ନ ହେବ ପୂରଣ, ଜାଣନ୍ତୁ କେଉଁ ସରକାରୀ ବିଭାଗରେ ମିଳୁଛି ନିଯୁକ୍ତି

ସରକାରୀ ଚାକିରୀରେ ନିଯୁକ୍ତି ପାଇଁ ଆଶୀୟୀ ଥିବା ପାର୍ଥୀମାନଙ୍କ ପାଇଁ ଖୁସି ଖବର। ଆରବିଆଇ ଠାରୁ ଆରମ୍ଭ କରି ଲୋକସେବା ଆୟୋଗ ସମେତ ବିଭିନ୍ନ ବିଭାଗରେ ବମ୍ପର ନିଯୁକ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି କେବଳ ରାଜ୍ୟ ଏବଂ କେନ୍ଦ୍ରରେ ହେବ। କିନ୍ତୁ ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ପାର୍ଥୀମାନଙ୍କୁ ଅନ୍ୟ କୌଣସି େଓ୍ଵବସାଇଟ୍‌କୁ ଯିବାକୁ ପଡିବ ନାହିଁ। ଆଜି ଆମେ ଆପଣଙ୍କୁ ଏହି ସରକାରୀ ଚାକିରୀ ସମ୍ବନ୍ଧିୟ ସୂଚନା ଦେବୁ।

jjଜାଣନ୍ତୁ ସରକାରୀ ଚାକିରିର ଲାଇଭ୍‌ ଅପଡେଟ୍‌:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସ୍ନାତକ ଉତିର୍ଣ୍ଣ ହୋଇଥିବା ଯୁବପିଢୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୯୨୬ଟି ପଦ ଖାଲି ରହିଛି। ଇଛୁକପାର୍ଥୀମାନେ ନିୟମିତ ତାରିଖ ଅନୁଯାୟୀ ଅନଲାଇନ୍ ଆବେଦନ କରିପାରିବେ। ସୂଚନା ମୁତାବକ ଅନଲାଇନ ଆବେଦନ ଗତ ୨୩ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୬ ଜାନୁଆରୀ ୨୦୧୯ ରହିଛି। ଉକ୍ତ ପଦବୀରେ ଆବେଦନ ପାଇଁ ଆପଣମାନେ ଆରବିଆଇର ଅଧିକାରୀକ େଓ୍ଵବସାଇଡ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହି ପଦ ପାଇଁ ଆୟୋଜିତ ହୋଇଥିବା ପରୀକ୍ଷାର ସମ୍ଭାବିତ ତାରିଖ ମଧ୍ୟ ଘୋଷଣା ହୋଇସାରିଛି। ପ୍ରି ପରୀକ୍ଷାର ଆୟୋଜନ ୧୪ ଏବଂ ୧୫ ଫେବୃଆରୀ ୨୦୨୦ ଘୋଷଣା କରାଯାଇଥିବା ବେଳେ ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

https://knewsodisha.com/rbi-has-released-many-vacancies-on-these-posts/

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଚାକିରୀ ପାଇଁ ବମ୍ପର ନିଯୁକ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମଲ୍ଟି ଟାସ୍କିଂଗ ଷ୍ଟାଫ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁବପିଢୀ ପାଇଁ ଏହା ଏକ ଭଲ ଖବର। ଏହି ପଦବୀରେ ଚାକିରୀ ପାଇବା ପାଇଁ ଅନଲାଇନ୍ ଆବେଦନ ୨୩ ଡିସେମ୍ବର, ୨୦୧୯ରୁ ଆରମ୍ଭ ହୋଇସାରିଛି।

https://knewsodisha.com/drdo-recruitment-for-multi-tasking-staff-posts/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.