Below header

ପୁଣି ମୋହନାରେ ୬୭ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୧ ଲକ୍ଷ୩୫ ହଜାର ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ ବିଭାଗ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ  ଅଭିଯାନ ଜାରିରହିଛି।ମଙ୍ଗଳବାର ମୋହନା ଥାନା ଯୁବ ପଞ୍ଚାୟତ ବମ ଗ୍ରାମର ୬୭ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ପଞ୍ଚତିରିଶ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି ପୋଲିସ ଏବଂ ଅବକାରୀ ବିଭାଗ l

ganja destroy mohana

ଗତ ଦୁଇ ସପ୍ତାହ ଧରି ଗଜପତି ଏସ. ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ମୋହନା,ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳ ରେ ଅପରେସନ ଗ୍ରୀ ନ ହଣ୍ଟ ମାଧ୍ୟମରେ ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଚାଲୁରହିଛି।  ବର୍ତ୍ତମାନ ପର୍ଯ୍ୟନ୍ତ ୫୦ କୋଟି ରୁ ଉର୍ଦ୍ଧ ମୂଲ୍ୟ ର ଗଞ୍ଜେଇ ଚାଷକୁ ନଷ୍ଟ କରାଗଲାଣି । ଆଗକୁ ମଧ୍ୟ ଏହି ଚଢ଼ାଉ ଜ଼ାରି ରହିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.