ପାଠକ ବାପ ପୁଅଙ୍କ ନାମରେ ଖାରବେଳ ନଗର ଥାନାରେ ଏତଲା, ଟ୍ରେନ୍‌, ବିମାନ ଓ ଚାର୍ଟର ପ୍ଲେନ୍‌ ଟିକେଟ ବୁକିଂ କରି ଦେଉ ନାହାନ୍ତି ୬୫ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ନାଁରେ ଏତଲା । ଭୁବନେଶ୍ବର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର ଥିବା ପ୍ରଭାସ କୁମାର ଚୌଧୁରୀ ଠକେଇ ଅଭିଯୋଗ ଆଣିଛନ୍ତି । ସେ ଏତଲାରେ ଦର୍ଶାଇଛନ୍ତି, ଅଭୟ ଓ ଆକାଶ ତାଙ୍କ ଜରିଆରେ ଟ୍ରେନ୍‌, ବିମାନ ଓ ଚାର୍ଟର ପ୍ଲେନ୍‌ ଟିକେଟ ବୁକିଂ କରିଥିଲେ ।

ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ମ୍ୟାନେଜିଂ ଡିରେକ୍ଟର କହିବା ସହ ମେଲ୍‌ ଓ ଅନ୍ୟାନ୍ୟ ଜାଲ କାଗଜପତ୍ର ଦେଇଥିଲେ । ଜୁନ ମାସରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଚାର୍ଟର ପ୍ଲେନ୍‌ ଓ ହୋଟେଲ ବୁକିଂ କରିଥିଲେ । ଏବାବଦରେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଛନ୍ତି । ବାକି ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଉ ନାହାନ୍ତି । ଏନେଇ ସେମାନଙ୍କ ନାଁରେ ଆଇପିସିର ଧାରା ୪୧୯, ୪୨୦, ୪୬୮, ୪୭୧, ୫୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.