ଅନୁଗୁଳ: ଅଙ୍ଗନୱାଡି ଜାଗାକୁ ନେଇ ମୁହାଁମୁହିଁ ପରିସ୍ଥିତି, ପ୍ରଶାସନକୁ ସ୍ଥାନୀୟ ଲୋକଙ୍କ ବିରୋଧ

ଅନୁଗୁଳ(କେନ୍ୟୁଜ୍):  ଜବରଦଖଲ ଉଚ୍ଛେଦକୁ ନେଇ ମୁହାଁମୁହିଁ ପରିସ୍ଥିତି। ଅନୁଗୁଳର ହୁଲୁରିସିଂହା ଗାଁର କମାରସାହିରେ ପ୍ରଶାସନକୁ ସ୍ଥାନୀୟ ଲୋକଙ୍କ ବିରୋଧ। କମାରସାହିରେ ଏକ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ଖୋଲା ଯିବାକୁ ଜାଗା ଚିହ୍ନଟ ହୋଇଥିଲା। ଏହାକୁ ର୍ନିଦିଷ୍ଟ କିଛି ଲୋକ କବଜା କରି ଏକ କ୍ଲବ ଘର ତିଆରି କରୁଥିଲେ।

angul1

ଖବର ପାଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଏକ ଟିମ ପହଞ୍ଚିଥିଲା। ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ପୌରପାଳିକା ଅଧିକାରୀ, ପୋଲିସ ଆଦି ପହଞ୍ଚି ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲେ। ତେବେ ସ୍ଥାନୀୟ କିଛି ଲୋକ ଏହାକୁ ବିରୋଧ କରି ରାସ୍ତା ଉପରେ ବସି ରହିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଯାଇଥିଲା। ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ପୋଲିସ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି।.

Leave A Reply

Your email address will not be published.