Below header

ଖୋର୍ଦ୍ଧାରୁ ୪୯ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରୁ ୩୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ୩୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ  ଖୋର୍ଦ୍ଧାରୁ ୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୬, ଭଦ୍ରକରୁ ୨୧, କଟକରୁ ୨୧, ବାଲେଶ୍ବରରୁ ୨୦, ଅନୁଗୁଳରୁ ୧୮, ମୟୁରଭଞ୍ଜରୁ ୧୮, ବରଗଡ଼ରୁ ୧୭, କଳାହାଣ୍ଡିରୁ ୧୭, ପୁରୀରୁ ୧୫, ଝାରସୁଗୁଡ଼ାରୁ ୧୪, ନୂଆପଡ଼ାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁରରୁ ୯, କେନ୍ଦୁଝରରୁ ୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୮, ବଲାଙ୍ଗୀରରୁ ୬, ଗଞ୍ଜାମରୁ ୬, କେନ୍ଦ୍ରାପଡ଼ାରୁ ୫, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୩, ରାୟଗଡ଼ାରୁ ୩, କୋରାପୁଟରୁ ୨, ନବରଙ୍ଗପୁରରୁ ୨,ନୟାଗଗଡ଼ରୁ ୨, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୨୧୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.