କାଲି ଯୁବକଙ୍କୁ ବାନ୍ଧି ଟାଣିଥିଲେ ଆଜି ପୋଲିସ ବାନ୍ଧିଲା, କଟକରେ ତାଲିବାନୀ ଭଳି ଦେଇଥିଲେ ଦଣ୍ଡ

କଟକ(କେନ୍ୟୁଜ୍): କଟକ ସହରରେ ବିଚ୍‌ ରାସ୍ତାରେ ବର୍ବରତା ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ହୁସେନ୍‌ ଓ ଶେଖ୍‌ ଛୋଟୁ। ଦୁଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଲାଲ୍‌ବାଗ୍‌ ଥାନା ପୋଲିସ। ଉଧାର ଟଙ୍କା ନ ଫେରାଇବାରୁ ଜଣେ ଯୁବକକୁ ବାଇକ୍‌ରେ ବାନ୍ଧି ଅଭିଯୁକ୍ତମାନେ ଦୌଡ଼ାଇଥିଲେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।

କଟକ ଚଣ୍ଡୀଛକ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପାଖାପାଖି ଦୁଇ କିଲୋମିଟର ଯୁବକ ଜଣଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଥିଲେ ଦୁଇ ଅଭିଯୁକ୍ତ। ସେହି ସମୟରେ ଟ୍ରାଫିକ୍‌ ପୋଷ୍ଟରେ କୌଣସି ଟ୍ରାଫିକ୍‌ କର୍ମଚାରୀ ଥିଲେ କି ନାହିଁ, ଯଦି ଥିଲେ ଥାନାକୁ କାହିଁକି ଖବର ଦେଲେ ନାହିଁ। ଆଦି ବିଭିନ୍ନ ଦିଗର ତର୍ଜମା ଚାଲିଛି। ଘଟଣାର ସବିଶେଷ ତଦନ୍ତ ପାଇଁ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.