ଚାଣକ୍ୟ ନୀତି : ସାରା ଜୀବନ ଗୁପ୍ତ ରଖନ୍ତୁ ଏହି ୪ କଥା, ରାଜ ଖୋଲି ଗଲେ ଲୋକେ ଉଠାଇବେ ଫାଇଦା

ଏମିତି ଏକ ନୀତିରେ ଚାଣକ୍ୟ କହିଛନ୍ତି ଯେ କେଉଁ ୪ କଥା ମନୁଷ୍ୟକୁ ଗୁପ୍ତ ରଖିବା କଥା । ଯଦି ଏହି କଥା ସର୍ବସାଧାରଣରେ ଜଣାପଡେ ତେବେ କେବଳ ବ୍ୟକ୍ତିର ମାନ ସମ୍ମାନ ହାନି େ ହାଇନଥାଏ, ଜୀବନର ସବୁ ଜାଗାରେ ଅପମାନ ସହିବାକୁ ପଡିବ । ଆସନ୍ତୁ ଜାଣିବା କ’ଣ ସେହି ୪ ଜିନିଷ ।

ଧର୍ମ

ଧର୍ମ କାମ ପବିତ୍ର ମନରେ କରାଯାଏ,ଏହାର କୌଣସି ଦେଖାଣିଆ ହେବା କଥା ନୁହେ । ଧର୍ମ କାମକୁ ଅନ୍ୟ ଆଗରେ ବଖାଣିଲେ ତା’ର ପ୍ରଭାବ କମି ଯାଇଥାଏ । ଏହାଦ୍ୱାରା ବ୍ୟକ୍ତିକୁ ପୂଣ୍ୟ ଫଳ ପ୍ରାପ୍ତ ହୋଇ ନଥାଏ । ତେଣୁ ଗୁପ୍ତ ଦାନ କରାଯିବା କଥା ।

ଘରର ଦୁର୍ବଳତା

ଘରର ଦୁର୍ବଳତା ବାହାର ଲୋକଙ୍କ ଆଗରେ କହିବା ଦ୍ୱାରା ବଦନାମ ହୋଇଥାଏ । ତେଣୁ ଏହାକୁ ସର୍ବଦା ନିଜ ଭିତରେ ସମାଧାନ କରନ୍ତୁ । ନଚେତ ଅନ୍ୟମାନେ ଏହାର ଫାଇଦା ଉଠାଇ ହାନି ପହଞ୍ଚାଇବେ ।

ଶାରିରୀକ ସମ୍ପର୍କ

ବୈବାହିକ ଜୀବନକୁ ସୁଖି କରିବାକୁ ଚାହୁଁଥିଲେ କେବେ ବି ନିଜର ଶାରିରୀକ ସମ୍ପର୍କକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ । ପତି-ପତ୍ନୀଙ୍କ ସମ୍ପର୍କର କଥା ଅନ୍ୟ ଆଗରେ କହିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ସମାଜରେ ବ୍ୟକ୍ତିକୁ ଅସଭ୍ୟ ଶ୍ରେଣୀରେ ଗଣନ କରାଯାଇଥାଏ ।

ଔଷଧ

ଔଷଧର ସମ୍ପୁର୍ଣ୍ଣ ସୂଚନା ଗୋପନୀୟ ରଖିବା କଥା । ଅନ୍ୟ ଆଗରେ କହିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କେବେ ହାନି ପହଞ୍ଚାଇପାରେ । ଅନ୍ୟର ଚିକିତ୍ସାରେ ଏହି ଔଷଧକୁ ବ୍ୟବହାର କରିପାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.