ହାତୀକୁ ପୋଡି ମାରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିନି ଜଣ ଫରେଷ୍ଟ ଅଫିସରଙ୍କୁ ଗିରଫ କରିଛି ପୋଲିସ

ଏହି ଘଟଣା ଏକ ବିରଳ ଘଟଣା ବୋଲି କହିଛନ୍ତି ଆଇନଜୀବୀ ଆଶିଷ ମିଶ୍ର। ତୁରାମ ପୁର୍ତ୍ତିଙ୍କ ମୃତ୍ୟୁ ପରେ ଆଶିଷ ମିଶ୍ର ମୟୁରଭଞ୍ଜ ଯାଇ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ। ଏହା ଆତ୍ମହତ୍ୟା ନୁହେଁ ତୁରାମଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପତ୍ନୀ।

କଟକ(କେନ୍ୟୁଜ୍): ଶିମିଳିପାଳ ଜେନାବିଲ ରେଞ୍ଜ ହାତୀ ପୋଡ଼ି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଗାର୍ଡ ତୁରାମ ପୁର୍ତ୍ତି ମୃତ୍ୟୁ ଘଟଣାରେ ତିନି ଜଣ ବନ କର୍ମଚାରୀଙ୍କୁ ଗିରଫ କରିଛି ଯଶିପୁର ପୋଲିସ । ଏହି ଘଟଣା ଏକ ବିରଳ ଘଟଣା ବୋଲି କହିଛନ୍ତି ଆଇନଜୀବୀ ଆଶିଷ ମିଶ୍ର। ତୁରାମ ପୁର୍ତ୍ତିଙ୍କ ମୃତ୍ୟୁ ପରେ ଆଶିଷ ମିଶ୍ର ମୟୁରଭଞ୍ଜ ଯାଇ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ। ଏହା ଆତ୍ମହତ୍ୟା ନୁହେଁ ତୁରାମଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପତ୍ନୀ। ଶିମିଳିପାଳ ହାତୀ ପୋଡ଼ା ଘଟଣାର ତୁରାମ ପୁର୍ତ୍ତି ପ୍ରତ୍ୟକ୍ଷଦର୍ଶୀ ଥିବାରୁ ତାଙ୍କୁ ଏଭଳି ହତ୍ୟା କରାଯାଇଥିଲା।

ଏଭଳି ଏକ ଘଟଣା ସମ୍ପର୍କରେ ଆଇନଜୀବୀ ଆଶିଷ ମିଶ୍ର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜଶିପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିନି ଜଣ ଫରେଷ୍ଟ ଅଫିସରଙ୍କୁ ଗିରଫ କରିଛି ପୋଲିସ। ଏହି ଅଫିସର ମାନେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ହାତୀକୁ ପୋଡି ମାରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ବିଷ ଦେଇ ହତ୍ୟା କରିବା ଘଟଣାରେ ଏହି ଗିରଫଦାରୀ ପରେ ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି ଆଇନଜୀବୀ ଆଶିଷ ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.