ପୋଲିସର ବର୍ବରତା, ଦିବ୍ୟାଙ୍ଗ ଯୁବକକୁ ମାଡ଼ ମାରି ଲହୁଲୁହାଣ କଲା
ପୋଲିସର ବର୍ବରତା । ମାନବିକତାର ସୀମା ଟପିଲା ପୋଲିସ । ଦିବ୍ୟଙ୍ଗ ଯୁବକକୁ ମାଡ଼ ମାରି ଲାହୁଲୁହଣ କଲା ପୋଲିସ । ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମ ସୁନ୍ଦରପୁର ଗ୍ରାମରେ।

ଛତ୍ରପୁର : ପୋଲିସର ବର୍ବରତା । ମାନବିକତାର ସୀମା ଟପିଲା ପୋଲିସ । ଦିବ୍ୟଙ୍ଗ ଯୁବକକୁ ମାଡ଼ ମାରି ଲାହୁଲୁହଣ କଲା ପୋଲିସ । ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମ ସୁନ୍ଦରପୁର ଗ୍ରାମରେ। ଦୀପାବଳୀ ପାଇଁ ପ୍ରତ୍ୟେକ ବର୍ଷ ଏହି ଗାଁର କିଛି ଲୋକ ବାଣ ତିଆରି କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ କିଛି ଲୋକ ବାଣ ତିଆରି କରିଥିବା ପୋଲିସ ଖବର ପାଇ ଆଜି ଖଲ୍ଲିକୋଟ ପୋଲିସ ଚଢ଼ାଉ କରିଥିଲା ।
ତେବେ ଗ୍ରାମର ବିଭିନ୍ନ ଘରୁ ବାଣ ଜବତ କରିଥିବା ବେଳେ ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କ ଘରୁ ଯାଇଥିଲା ପୋଲିସ । ପରେ ପୋଲିସ ତାଙ୍କୁ ଏକ ରଡରେ ମାଡ ମାରିଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ତେବେ ରାଜେନ୍ଦ୍ର ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ଘର ବିଛଣାରୁ ଉଠିପାରନ୍ତି ନାହିଁ ।
ସେ କେବଳ ନିଜେ ଚଳିବା ପାଇଁ କିଛି ତାଳ ଫୋଟକା ବାଣ କରିଥିବା ରାଜେନ୍ଦ୍ର କହିଛନ୍ତି । ଏନେଇ ରାଜେନ୍ଦ୍ର ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି | ଅନ୍ୟ ପକ୍ଷରେ ଘଟଣାର ତଦନ୍ତ ପାଇଁ ଛତ୍ରପୁର ଏସ୍ଡ଼ିପିଓ ଙ୍କୁ ଦାୟିତ୍ୱ ଦିଆଯାଇଛି l ଚଢ଼ାଉରେ ସାମିଲ ଥିବା ଟିମ ଲିଡରଙ୍କୁ ମୁଖ୍ୟାଳୟଙ୍କୁ ବଦଳି କରାଯାଇଛି l ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଏସପି ଜଗମୋହନ ମିନା କହିଛନ୍ତି l