ମୟୁରଭଞ୍ଜ: ପୁଣି ପୋଲିସ ନାଁରେ ଗୁଣ୍ଡାଗିରି ଅଭିଯୋଗ, ହେଲେମେଟ ଚେକିଂ ବେଳେ ଆଦିବାସୀ ଯୁବକକୁ ମାଡ଼ ମାରି କଲା ଲହୁଲୁହାଣ

ରାଇରଙ୍ଗପୁର(କେନ୍ୟୁଜ୍):  MV ଚେକିଂ ବେଳେ ଅମାନିଆଙ୍କୁ ଫାଇନ ବଦଳରେ ମିଳୁଛି ମାଡ। ପୋଲିସ ମାଡରେ ବାଇକ ଚାଳକ ରକ୍ତାକ୍ତ ହେବା ପରେ ଘଟଣା ସ୍ଥଳରେ ଦେଖା ଦେଇଛି ଉତ୍ତେଜନା ।  ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଗତକାଲି ଭଦ୍ରକରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ତାତିଥିଲେଲେ ଲୋକେ । ତିହିଡି ଥାନାର ପୋଲିସ ଗାଡ଼ିକୁ ଜାଳିଦେବା ସହ ପୋଲିସକୁ ନିସ୍ତୁକ ପିଟିଥିଲେ।  ସେହିପରି କେନ୍ଦୁଝରରେ କୁକୁଡା ଲଢେଇକୁ ନେଇ ଜନତା ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାର ଦିନକ ପରେ ଆଜି ପୁଣି ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ।

ସୂଚନା ଅନୁଯାୟୀ, ଆଜି ମୟୁରଭଂଜ ଜିଲ୍ଲାର ଗଣପର୍ବ ଅବସରରେ ଜାମଦା ଥାନା ପାସନା ଗାଁର ଲୁଗୁ ହାଁସଦା ନାମକ ଏକ ଆଦିବାସୀ ଯୁବକ ଜାମଦା ବଜାରକୁ ମକର ପର୍ବ ପାଇଁ କିଛି ଜିନିଷ କିଣିବାକୁ ଆସିଥିଲେ । ପୋଲିସର ହେଲମେଟ ଚେଙ୍କିଙ୍ଗ ଚାଲିଥିଲା ବେଳେ ଯୁବକ ହେଲମେଟ ପିନ୍ଧିନଥିବାରୁ ପୋଲିସ ନିକଟରେ ଅଟକିବାରେ ବିଳମ୍ବ କରିଥିଲେ । ତେଣୁ ପୋଲିସ କର୍ମଚାରୀ ତାଙ୍କୁ ଗାଳି କରିବା ସହ ମାଡ ମରି ରକ୍ତାକ୍ତ କରିଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଇନ ବଦଳରେ ପୋଲିସର ଜୁଲୁମକୁ ବିରୋଧ କରି ସ୍ଥାନୀୟ ଲୋକେ ଜାମଦା ଥାନା ଘେରାଉ କରିଥିବା ଜଣାପଡ଼ିଛି । ଆହତ ଯୁବକକୁ ପୋଲିସ ବୁଝାସୁଝା କରି ଜାମଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି।    

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.