ଅମିତାଭ ବଚ୍ଚନ ବନାଇଲେ ଭବିଷ୍ୟତର ଭାରତୀୟ ମହିଳା କ୍ରିକେଟ ଟିମ୍‌, ପଚାରିଲେ, ‘କ’ଣ ଜିଭା କ୍ୟାପଟେନ୍‌ ହେବେ?’

ବଲିଉଡ୍‌ରେ ମହାନାୟକ ଭାବେ ଜଣାଯାଉଥିବା ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି ଏବଂ କିଛି ନା କିଛି ମଜାଦାର କଥା ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖି ଆସିଥାଆନ୍ତି। ନିକଟରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ମାଆ, ବାପା ହେବା ପରେ ସେ ଭବିଷ୍ୟତର ମହିଳା କ୍ରିକେଟ ଟିମ୍‌ର ତାଲିକା ସେୟାର କରିଛନ୍ତି। ଏହାସହିତ ପ୍ରଶ୍ନ କରିଛନ୍ତି କି, କ’ଣ ଧୋନିଙ୍କ ଝିଅ କ୍ୟାପଟେନ୍‌ ହେବ?

ଅମିତାଭ ବଚ୍ଚନ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଭାରତୀୟ କ୍ରିକେଟ ଟିମ୍‌ର ୧୩ଜଣ ଖେଳାଳିଙ୍କ ନାଁ ଲେଖିଛନ୍ତି, ଯେଉଁମାନେ କନ୍ୟା ସନ୍ତାନର ବାପା ଅଟନ୍ତି। ଏହି ତାଲିକାରେ ସୁରେଶ ରୈନା, ଗୌତମ ଗମ୍ଭୀର, ରୋହିତ ଶର୍ମା, ମହମ୍ମଦ ଶାମୀ, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କ୍ୟ ରହାଣେ, ରବିନ୍ଦ୍ର ଜଡେଜା, ଚେତେଶ୍ୱର ପୂଜାରା, ଋଦ୍ଧିମାନ ସାହା, ହରଭଜନ ସିଂ, ଟି ନଟରାଜନ, ଉମେଶ ଯାଦବ ଓ ବିରାଟ କୋହଲିଙ୍କ ନାଁ ଲେଖା ହୋଇଛି।

amitabh2

ଅମିତାଭଙ୍କ ଏହି ଟୁଇଟ୍‌ ଖୁବ୍‌ ଭାଇରାଲ ହେଉଛି। ଏହାକୁ ୫୧ ହଜାରରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ୩୭୦୦ରୁ ଅଧିକ ଲୋକ ରିଟୁଇଟ୍‌ କରିଛନ୍ତି। ତେବେ କିଛି ଲୋକ ଅମିତାଭଙ୍କ ଏହି ବିଚାର ଉପରେ ନିଜ ରାୟ ମଧ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.