Below header

ମୟୁରଭଞ୍ଜ: ବାରିପଦା ଟାଉନ ଥାନା କାଳିକାପୁର ଅଞ୍ଚଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ମୟୁରଭଞ୍ଜ (କେନ୍ୟୁଜ୍):  ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ। ବାରିପଦା ଟାଉନ ଥାନା କାଳିକାପୁର ଅଞ୍ଚଳର ଘଟିଛି ଏହି  ଘଟଣା। ଆଜି ଭୋର ୩ଟା ସମୟରେ ମକର ନିଆଁ ଜାଳିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ। ଗିରଫ ଦୁଇ ଅଭିଯୁକ୍ତ ସେହି ଅଞ୍ଚଳର ସାନୁ ସିଂ ଓ ସୁରେଶ ସିଂ। ବାରିପଦା ଟାଉନଥାନା ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ପୀଡ଼ିତା ନିଜ ଭଉଣୀ ସହ ଘରେ ଏକା ରହୁଥିଲେ।

ଆଜି ମକର ସଙ୍କ୍ରାନ୍ତି ଥିବାରୁ ପରମ୍ପରା ମୁତାବକ ମକର ନିଆଁ ଜଳାଯାଏ। ରାତି ୩ଟା ସମୟରେ ଯୁବତୀ ଜଣକ ନିକଟସ୍ଥ ପଡିଆରେ ମକର ନିଆଁ ଜାଳି ଘରକୁ ଫେରିବା ସମୟରେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଟେକି ନେଇ ନିକଟସ୍ଥ ନଦୀ କୂଳରେ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.