ମକର ସଂକ୍ରାନ୍ତିରେ ବନାନ୍ତୁ କିଛି ଖାସ୍‌, ପ୍ରସ୍ତୁତ କରନ୍ତୁ ନଡିଆ କ୍ଷୀରି

ମିଠା ନାଁ କହିଲେ ଭାରତୀୟ ରୋଷେଇର ପାରମ୍ପରିକ ସ୍ୱାଦ କ୍ଷୀରିର କଥା ପ୍ରଥମେ ମନକୁ ଆସେ। ଖାସ୍‌ କରି ପର୍ବ ପର୍ବାଣୀରେ ତ ଏହାକୁ ଅଧିକ ବନାଇଥାନ୍ତି ଲୋକେ। ଆଜି ମକର ସଂକ୍ରାନ୍ତି ଅବସରରେ ଆମେ ଆପଣଙ୍କୁ ଜଣାଇବୁ ନଡିଆ କ୍ଷୀରିର ରେସିପି।

ଆବଶ୍ୟକ ସାମଗ୍ରୀ

  • ନଡିଆ କୋରା – ୧
  • କ୍ଷୀର – ୧ ଲିଟର
  • ଚିନି – ୩ ରୁ ୪ କପ୍‌
  • ଅଳେଇଚ ପାଉଡର – ୧/୨ ଚାମଚ
  • କଟା ବାଦାମ – ୧ ଚାମଚ
  • କଟା ପିସ୍ତା – ୧ ଚାମଚ
  • କେସର – ଚିମୁଟାଏ

ପ୍ରସ୍ତୁତି ପ୍ରଣାଳୀ

ଏକ ଚାମଚ ଗରମ କ୍ଷୀରରେ କେସର ମିଶାଇ ଦିଅନ୍ତୁ। ଏକ ପ୍ୟାନରେ କ୍ଷୀର ପକାଇ ପକାନ୍ତୁ ଏବଂ ଲଗାତର ଚଲାଇ ଫୁଟାନ୍ତୁ। ଯେତେବେଳେ କ୍ଷୀର ଅଧା ହୋଇଯିବ, ସେତେବେଳେ ନଡିଆ ପକାଇ ମିଶାନ୍ତୁ। କ୍ଷୀର ଏବଂ ନଡିଆ କୁ ଚାମଚରେ ଚାଲଇ ଫୁଟାନ୍ତୁ। ଧୀମା ଆଞ୍ଚରେ ନଡିଆ ଏବଂ କ୍ଷୀରକୁ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ପ୍ୟାନରେ ଚିନି, ଅଳେଇଚ ପାଉଡର, କେସର, ବାଦାମ, କାଜୁ ଏବଂ ପିସ୍ତା ପକାନ୍ତୁ। ଏହାକୁ ଭଲଭାବେ ମିଶାନ୍ତୁ ଏବଂ ପାଞ୍ଚ ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ।ଏବେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏହାକୁ ଆପଣ ଥଣ୍ଡା କିମ୍ବା ଗରମ ବେଳେ ଖାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.