Below header

ଅଭିଯୁକ୍ତ ସହ ସେଲ୍‌ଫି ନେଇ ପୁଣି ବିବାଦରେ ପୋଲିସ ବାବୁ, ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରେ ଘଟିଛି ଘଟଣା

ଭୁବନେଶ୍ୱର: ପୁଣି ସେଲ୍‌ଫି, ପୁଣି ବିବାଦ। ପୋଲିସ ବାବୁ ଅଭିଯୁକ୍ତ ସହ ସେଲ୍‌ଫି ନେଇ ବିବାଦକୁ ଆସିଛନ୍ତି। ଘଟଣା ଘଟିଛି ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରେ । ୨୫ଲକ୍ଷ ଟଙ୍କାର ଠକେଇ ଅଭିଯୁକ୍ତ ପପୁ ସିଂହକୁ ଗିରଫ କରି ଥାନାକୁ ନିଆଯାଉଥିବା ବେଳେ ଗାଡିରେ ଥିବା ଦୁଇ ପୋଲିସ କର୍ମଚାରୀ ତାଙ୍କ ସହ ସେଲ୍‌ଫି ଉଠାଇଥିଲେ। ଏହା ସେଲଫି ଭାଇରାଲ ହେବା ପଡ଼େ ଚାରିଆଡୁ ନିନ୍ଦା କରାଯାଇଛି। ଅକ୍ଟୋବର ୧୫ ତାରିଖରେ ଜଣେ ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇ ବିବାଦ ଘେରକୁ ଆସିଥିଲେ ଚନ୍ଦ୍ରାଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା। ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.