ଥାନାରେ ଖୋଲିଲା ଚାଇଲଡ ଫ୍ରେଣ୍ଡଲି ପ୍ରକୋଷ୍ଠ, ଉଦଘାଟନ କଲେ ପୋଲିସ କମିସନର

ପୂର୍ବରୁ କ୍ୟାପିଟାଲ ଥାନା ଓ ମହିଳା ଥାନାରେ ଚାଇଲଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ ଖୋଲାଯାଇଥିଲା।  ଥାନାକୁ ଯେଉଁ ଛୋଟ ଛୋଟ ପିଲା ମାନେ ଆସିବେ ସେମାନେ ଯେମିତି ପାଠ ପଢି ପାରିବେ। ଖେଳି ପାରିବେ ସେନେଇ ପୋଲିସ ସବୁପ୍ରକାର ବ୍ୟବସ୍ଥା କରିଛି। ଉଦଘାଟନୀ ଅବସର.ରେ ଭୁବନେଶ୍ୱର ଡିସିପି ଛୋଟ ଛୋଟ ପିଲାମାନଙ୍କୁ ବହି ପ୍ରଦାନ କରିଥିଲେ। 

ଭୁବନେଶ୍ବର(କେନ୍ୟୁଜ୍):  ନୟାପଲ୍ଲୀ ଥାନାରେ ଖୋଲିଲା ଚାଇଲଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ।  ଏହାକୁ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି ଉଦଘାଟନ କରିଥିଲେ।  ପୂର୍ବରୁ କ୍ୟାପିଟାଲ ଥାନା ଓ ମହିଳା ଥାନାରେ ଚାଇଲଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ ଖୋଲାଯାଇଥିଲା।  ଥାନାକୁ ଯେଉଁ ଛୋଟ ଛୋଟ ପିଲା ମାନେ ଆସିବେ ସେମାନେ ଯେମିତି ପାଠ ପଢି ପାରିବେ। ଖେଳି ପାରିବେ ସେନେଇ ପୋଲିସ ସବୁପ୍ରକାର ବ୍ୟବସ୍ଥା କରିଛି। ଉଦଘାଟନୀ ଅବସର.ରେ ଭୁବନେଶ୍ୱର ଡିସିପି ଛୋଟ ଛୋଟ ପିଲାମାନଙ୍କୁ ବହି ପ୍ରଦାନ କରିଥିଲେ।

ବିଶେଷକରି ଥାନା ଆସୁଥିବା ଛୋଟ ଛୁଆ ମାନଂକୁ ପୁଲିସ ଫ୍ରେଣ୍ଡଲି କରିବା ଉଦେଶ୍ୟରେ ଥାନାରେ ଏହି ପ୍ରକୋଷ୍ଠ ଖୋଲାଯାଇଛି । ଥାନାକୁ ଯେଉଁ ଲୋକମାନେ ନିଜ ସାଙ୍ଗରେ ଛୋଟ ଛୋଟ ପିଲା ମାନଙ୍କୁ ନେଇକି ଆସୁଛନ୍ତି ସେମାନେ କିପରି ସେଠାରେ ସମୟ ଅତିବାହିତ କରି ପାରିବେ ସେନେଇ ସମସ୍ତ ବ୍ୟବସ୍ତା କରାଯାଇଛି।  ଯେମିତିକି ପାଠ ପଢିବା,ଖେଳିବା ଠାରୁ ଆରମ୍ଭ କରି ଫିଡ଼ିଙ୍ଗ ରୁମ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା  କରାଯାଇଛି।  ଭୁବନେଶ୍ୱର ଡିସିପି ଛୋଟ ଛୋଟ ପିଲାମାନଙ୍କୁ ବହି ପ୍ରଦାନ ସହ ଚକୋଲେଟ ବାଣ୍ଟିଥିଲେ। ପୋଲିସ କମିସନର  ସୌମେନ୍ଦ୍ର ପ୍ରିୟଦର୍ଶି ଏହି ପ୍ରକୋଷ୍ଠକୁ  ଉଦଘାଟନ କରିଥିଲ।  ଏଥିରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।  ତେବେ ପୂର୍ବରୁ କ୍ୟାପିଟାଲ ଥାନା ଓ ମହିଳା ଥାନାରେ ଚାଇଲଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ ଖୋଲାଯାଇଥିଲା।