Below header

ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ, ନିୟମ ଉଲ୍ଲଂଘନ କରି କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ନେବ ଅନ ଦ ସ୍ପଟ ଆକ୍ସନ

ସାଧାରଣତଃ ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ହୋଟେଲ, କ୍ଲବ୍ ଓ ବାରରେ ଭିଡ଼ ଜମିଥାଏ । ମଦ୍ୟପାନ ତଥା ଅନ୍ୟାନ୍ୟ ନିଶା କାରଣରୁ ହେଉଥିବା ଅଘଟଣରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଜିରୋ ନାଇଟ୍ ପାଇଁ ହୋଟେଲ, କ୍ଲବ୍ ଓ ବାରରେ ସମୟ ସୀମା ଦିନ ୧୨ରୁ ରାତି ୧୨ଟା ରହିଛି ।

ଭୁବନେଶ୍ୱର (କେନ୍ୟୁଜ) : ଆସୁଛି ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ହୋଟେଲ, କ୍ଲବ୍ ଏବଂ ରେଷ୍ଟୁରାଣ୍ଟରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣତଃ ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ହୋଟେଲ, କ୍ଲବ୍ ଓ ବାରରେ ଭିଡ଼ ଜମିଥାଏ । ମଦ୍ୟପାନ ତଥା ଅନ୍ୟାନ୍ୟ ନିଶା କାରଣରୁ ହେଉଥିବା ଅଘଟଣରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଜିରୋ ନାଇଟ୍ ପାଇଁ ହୋଟେଲ, କ୍ଲବ୍ ଓ ବାରରେ ସମୟ ସୀମା ଦିନ ୧୨ରୁ ରାତି ୧୨ଟା ରହିଛି । ତେବେ ବିଶେଷ ଅନୁମତି ନେଇ ରାତି ୧ଟା ୩୦ ପର୍ଯ୍ୟନ୍ତ ପାର୍ଟି ପାଇଁ ଅନୁମତି ମିିଳିପାରିବ । ଏହା ବ୍ୟତୀତ ଯେମିତି କେହି ମଦ୍ୟପାନ କରି ଗାଡ଼ ନଚଲାନ୍ତି ସେନେଇ ପେମେଣ୍ଟ ବେସିସରେ ଅଧିକ ଡ୍ରାଇଭର ରଖିବା ଏବଂ ନିଶା ଦ୍ରବ୍ୟର ବ୍ୟବହାର ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମ୍ବୁଲାନ, ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ସହ ରାସ୍ତାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସେହିପରି ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଏହା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଶାନ୍ତି ଶୃଙ୍ଖଳା ସହ ନିୟୁ ଇୟର ସେଲିବ୍ରେସନ କରନ୍ତୁ । ନିୟମ ଉଲ୍ଲଂଘନ କରି କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ ଦ ସ୍ପଟ ଆକ୍ସନ ନେବ ବୋଲି ସେ କହିଛନ୍ତି । ନୂଆ ବର୍ଷରେ ପେଟ୍ରୋଲିଂ କୁ ଜୋରଦାର କରାଯିବ । ଏହାସହ ବେପରୁଆ ଡ୍ରାଇଭିଂ ଓ ରୋଡ ରୋମିଓଙ୍କ ଉପରେ ରହିବ କଡ଼ା ନଜର । କମିଶନରେଟ ପୋଲିସ ୨୦୨୩ରେ ଅନେକ ସଫଳତା ପାଇଛି। କେସ ଡିଟେକ୍ସନ୍, ଚୋରି ହୋଇଥିବା ମୋବାଇଲ ଫୋନ, ବାଇକ ଫେରେଇ ଆଣିବା, ସିନିଅର୍ ସିଟି ଜେନ, କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବାରେ ସଫଳତା ମିଳିଛି। ଆଗକୁ ୨୦୨୪ରେ ସାଇବର କ୍ରାଇମ୍ ଓ ନିର୍ବାଚନ ପରିଚାଳନା ଫୋକସ ରହିବ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.