ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ, ରାୟ ଶୁଣାଇଲେ ଯାଜପୁର ପୋକ୍ସୋ କୋର୍ଟ

୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତଙ୍କୁ ୧୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ।

ଯାଜପୁର (କେନ୍ୟୁଜ): ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତଙ୍କୁ ୧୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ। ୨୦୧୬ ମସିହାରେ ଅଭିଯୁକ୍ତ ଟେଣ୍ଟ କର୍ମଚାରୀ ସୁରେଶ ସାହୁ ମଙ୍ଗଳପୁର ଥାନା ଅଞ୍ଚଳରେ ଏକ ଏକଉସିଆ କାର୍ଯ୍ୟରେ ଟେଣ୍ଟ କାମ କରିବାକୁ ଯାଇ ସମ୍ପୃକ୍ତ ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ରୀ ୧୪ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ଘଟଣାର ୮ ମାସ ପରେ ନାବାଳିକା ଶରୀର ଅସୁସ୍ଥ ଥିବାରୁ ତାଙ୍କ ବୁଢୀ ମାଙ୍କ ସହ ଚିକିତ୍ସାଳୟ ଯିବାରୁ ଡାକ୍ତର ନାବାଳିକା ଜଣଙ୍କ ଗର୍ଭବତୀ ଥିବା କହିଥିଲେ। ଏ ନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଅନ୍ୟପଟେ ପୀଡିତା ମଧ୍ୟ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଆଜି ଉକ୍ତ ମାମଲାର ଶୁଣାଣି କରି ଯାଜପୁର ପୋକ୍ସୋ ଫାଷ୍ଟ ଟ୍ରାକ ଅଦାଲତ ୯ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଜରିମାନା ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ସହ ନବଜାତ କନ୍ୟା କୁ ୪ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ସୈଳେନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ପୋକ୍ସୋ ଆଡ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶରତ ଚନ୍ଦ୍ର ଦେହୁରୀ ଏହି ରାୟ ଶୁଣାଣି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.