ଗୋଟିଏ ମଇଁଷି ବଦଳରେ କିଣିପାରିବେ ମର୍ସିଡିଜ୍‌,ଫରାରୀ, ବଙ୍ଗଳା

ମଇଁଷିର ଦାମ୍‌ ଶୁଣିଲେ ଲାଗିବ ଝଟ୍‌କା । ଏହି ମଇଁଷିଟି କେବଳ ଭାରତରେ ନୁହେଁ ବିଶ୍ୱରେ ସବୁଠୁ ଦାମୀ ମଇଁଷି ଭାବେ ପରିଗଣିତ । ଏହି ମଇଁଷିଟିର ନାଁ ହେଉଛି ଶେନସାହା ଏହାର ଲମ୍ଭ ୧୫ ଫୁଟ୍‌ ହୋଇଥିବା ବେଳେ ଉଚ୍ଚତା ୬ ଫୁଟ୍‌ ଉର୍ଦ୍ଧ୍ୱ ହେବ ।ଏହି ମଇଁଷିର ଦାମ୍‌ ଏତେ ଯେ ଆପଣ ଖାଲି ଲକ୍ଜରୀ କାର୍‌ ନୁହେଁ ତା ସହ ବଙ୍ଗଳା ମଧ୍ୟ କିଣି ପାରିବେ ।ମଇଁଷିର ଦାମ୍‌ ହେଉଛି ୨୫ କୋଟି ଟଙ୍କା ।

ତେବେ ଦ୍ୱିତୀୟ ସ୍ଥାନରେ ଥିବା ଏହି ମଇଁଷି ହେଉଛି ଭୀମ । ଯାହାର ମୂଲ୍ୟ ୨୪ କୋଟି ଟଙ୍କା ରହିଛି । ଏହି ମଇଁଷିଟି ୧ କୁଇଣ୍ଟାଲ୍‌ ୫୦୦ କିଲୋଗ୍ରାମର । ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ମଇଁଷିଟିର ଲମ୍ବ ପ୍ରାୟ ୧୪ ଫୁଟ ଏବଂ ଉଚ୍ଚତା ୬ ଫୁଟ ହେବ ।

ତେବେ ତୃତୀୟ ନମ୍ବର ଥିବା ମଇଁଷି ବିଷୟରେ କହିବାକୁ ଗଲେ ଏହା ନାଁ ହେଉଛି ସୁଲତାନ । ଏହାର ଓଜନ ୫୦୦କିଲୋଗ୍ରାମ । ଏହାର ମୂଲ୍ୟ ୨୧ କୋଟି ଟଙ୍କା । ତେବେ ୪ ନମ୍ବରରେ ରହିଛି ଗୋଲୁ ମଇଁଷି । ଏହାର ଲମ୍ବ ୧୪ ଫୁଟ ଏବଂ ଉଚ୍ଚତା ୬ ଫୁଟ । ଏବଂ ଏହାର ମୂଲ୍ୟ ୧୦ କୋଟି ଟଙ୍କା । ଏହାର ଓଜନ ମଧ୍ୟ ପ୍ରାୟ ୧ କୁଇଣ୍ଟାଲ୍‌ ୫୦୦ କିଲୋଗ୍ରାମ ।

ତେବେ ଏହି ତାଲିକାରେ ଯୁବରାଜ ମଧ୍ୟ ଅଛନ୍ତି । ଯୁବରାଜ ମଇଁଷି ବିଷୟରେ ଆପଣ ନିଶ୍ଚୟ ଅନେକ କଥା ଶୁଣିଥିବେ । ଗତ ବର୍ଷ ଏହାର ନାମ ହେଡଲାଇନରେ ଥିଲା । ଏହି ମଇଁଷିର ଲମ୍ବ ୯ ଫୁଟ ଏବଂ ଉଚ୍ଚତା ୬ ଫୁଟ । ଏହାର ଓଜନ ପ୍ରାୟ୧ କୁଇଣ୍ଟାଲ୍‌ ୫୦୦ କିଲୋଗ୍ରାମର । ଏବଂ ଏହାର ମୂଲ୍ୟ ୯ କୋଟି ଟଙ୍କା । ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ଗତ ୪ ବର୍ଷ ମଧ୍ୟରେ ଏହି ମଇଁଷିର ସ୍ପର୍ମରୁ ଦେଢ଼ ଲକ୍ଷ ପିଲା ଜନ୍ମ ହୋଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.