ୟୁଜିସି ବନ୍ଦ କଲା M.Phil ଡିଗ୍ରୀ, ଆଡ୍‌ମିଶନ ନ ନେବାକୁ କଲେଜଗୁଡ଼ିକୁ କଲା ଅନୁରୋଧ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି। ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ ନାମଲେଖା ହେବ ନାହିଁ। ଏମ୍‌.ଫିଲ୍‌ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି। ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ ନାମଲେଖା ହେବ ନାହିଁ। ଏମ୍‌.ଫିଲ୍‌ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ବନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି। ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି। ଅର୍ଥାତ୍‌ ବର୍ତ୍ତମାନଠାରୁ ଏମ୍‌.ଫିଲ୍‌ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି। ମାଷ୍ଟର ଅଫ୍ ଫିଲୋସଫିର ଡିଗ୍ରୀ ବନ୍ଦ କରିବା ନେଇ ୟୁଜିସି ଆଜି ହିଁ ନିର୍ଦ୍ଦେଶ ଜାରି କରିଛି।

ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ ୟୁଜିସି କହିଛି ଯେ ଏମ୍‌.ଫିଲ୍‌ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ। କହି ରଖୁଛୁ, ଏମ୍‌.ଫିଲ୍‌ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ଦୁଇ ବର୍ଷର ଏକ ପୋଷ୍ଟ୍‍ଗ୍ରାଜୁଏଟ ଏକାଡେମିକ୍‌ ରିସର୍ଚ୍ଚ ପ୍ରୋଗ୍ରାମ, ଯାହା PhD ପାଇଁ ପ୍ରୋଭିଜନାଲ୍‌ ଏନ୍‌ରୋଲମେଣ୍ଟ ଭାବରେ କାର୍ଯ୍ୟ କରିଥାଏ। ଏବେ ୟୁଜିସି କହିଛି ଯେ ଏହି ଡିଗ୍ରୀ ସ୍ୱୀକୃତିପ୍ରାପ୍ତ ନୁହେଁ। ତେଣୁ କୌଣସି ବି କଲେଜ ଏହି ଡିଗ୍ରୀ ପାଇଁ ଆଡ୍‌ମିଶନ ଆମନ୍ତ୍ରଣ କରନ୍ତୁ ନାହିଁ କିମ୍ବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାନ୍ତୁ ନାହିଁ।

ସୂଚନାଯୋଗ୍ୟ, ଏମ୍‌.ଫିଲ୍‌ ଡିଗ୍ରୀ ଆର୍ଟ୍ସ ଆଣ୍ଡ ହ୍ୟୁମାନିଟିଜ୍‌, ସାଇନ୍ସ, ମ୍ୟାନେଜମେଣ୍ଟ, ସାଇକୋଲୋଜି ଏବଂ କମର୍ସ ଆଦିରେ ନିଆଯାଇଥାଏ। ଏ ସମ୍ବନ୍ଧରେ କରାଯାଇଥିବା ନିୟମାବଳୀକୁ ଦର୍ଶାଇ ୟୁଜିସି କହିଛି, ଏହି ଡିଗ୍ରୀ ଅମାନ୍ୟ। ଜାତୀୟ ଶିକ୍ଷା ନୀତି ୨୦୨୦ରେ ଏହି ଡିଗ୍ରୀକୁ ବନ୍ଦ କରିବାକୁ ସୁପାରିଶ କରାଯାଇଥିଲା। ଚଳିତ ବର୍ଷଠାରୁ ଏହାକୁ ଅମାନ୍ୟ ଘୋଷିତ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.