ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଶିକ୍ଷକକୁ ୨୦ ବର୍ଷ ଜେଲ୍, ୪ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ -୨।

ଯାଜପୁର (କେନ୍ୟୁଜ): ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ -୨।

ମାର୍ଚ୍ଚ ୨୦୨୧ ମସିହା କୋରେଇ ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀର ଛାତ୍ରୀ ଟିଉସନ ହେବାକୁ ଆସିଥିବା ବେଳେ ଅଭିଯୁକ୍ତ ଟିଉସନ ଶିକ୍ଷକ ବିଶ୍ଵନାଥ ବାରିକ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲେ । ପୁନର୍ବାର ନାବାଳିକାକୁ ଘର ଭିତରକୁ ଡାକିବାରୁ ସମ୍ପୃକ୍ତ ଛାତ୍ରୀ ପାଟି କରିବା ସହ ନିଜ ମାଙ୍କୁ ସବୁ କଥା କହିଥିଲେ। ଏ ନେଇ ପୀଡିତାଙ୍କ ମା କୋରେଇ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଉକ୍ତ ମାମଲା ର ଶୁଣାଣି କରି ଯାଜପୁର ପୋକ୍ସୋ ଫାଷ୍ଟ ଟ୍ରାକ ଅଦାଲତ ୧୯ଜଣଙ୍କ ସାକ୍ଷୀକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଜରିମାନା ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ ପୋକ୍ସୋ ଆଡ-ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବିଜୟ କୁମାର ଜେନା ଏହି ରାୟ ଶୁଣାଣି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.