Below header

କୋରାପୁଟ ଗସ୍ତ କରି OSAP ତୃତୀୟ ବାଟାଲିୟନ୍‌ ପରିଦର୍ଶନ କଲେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ(କେନ୍ୟୁଜ୍):  ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। ପ୍ରଥମେ କୋରାପୁଟ ଗସ୍ତ କରି OSAP ତୃତୀୟ ବାଟାଲିୟନ୍‌ ପରିଦର୍ଶନ କରିଥିଲେ। ପରେ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ସୁପରିଚାଳନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ପରେ ପୋଲିସ ଡିଜି ନବରଙ୍ଗପୁର ଗସ୍ତ କରି ଏସପିଙ୍କ କାର୍ଯ୍ୟାଳୟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି।

୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ କିପରି ସୁରୁଖୁରରେ ସୁପରିଚାଳନା ହେବ ସେନେଇ ଆଲୋଚନା କରିଥିଲେ। ଡିଜିପିଙ୍କ ସହ ଷ୍ଟେଟ ଆର୍ମଡ ପୋଲିସ ସ୍ପେଶାଲ ଡିଜିପି, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଅତିରିକ୍ତ ଡିଜିପି, ଆଇଜି ଅପରେସନ, ବିଏସଏଫ ଆଇଜି ଆଦି ଉପସ୍ଥିତ ଥିଲେ। ପରେ ରାୟଗଡ଼ ଗସ୍ତ କରିଛନ୍ତି ଡିଜିପି। ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ମାଓ ଗତିବିଧିର ମଧ୍ୟ ସମୀକ୍ଷା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.