Below header

ସ୍ଥିତି ସମୀକ୍ଷା କରିବାକୁ ସମ୍ବଲପୁର ଗଲେ ପୋଲିସ ଡିଜି

ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରେ ସମ୍ବଲପୁରରେ ଲାଗିଛି କର୍ଫ୍ୟୁ । ଗଣ୍ଡଗୋଳକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତେଇଛନ୍ତି ଡିଜିପି । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ କରାଯାଉଛି ।

ଭୁବନେଶ୍ବର(କେନ୍ୟୁଜ): ସମ୍ବଲପୁର ଗଲେ ପୋଲିସ ଡିଜି । ସ୍ଥିତି ସମୀକ୍ଷା କରିବାକୁ ସମ୍ବଲପୁର ଅଭିମୁଖେ ଡିଜିପି ସୁନୀଲ ବଂଶଲ । ସ୍ୱତନ୍ତ୍ର ହେଲିକପ୍ଟରରେ ୩ ବରିଷ୍ଠ ଅଧିକାରୀ ଯାଇଛନ୍ତି । ଆଇନ ଶୃଙ୍ଖଳା ଏଡିଜି ଆର.କେ.ଶର୍ମା ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସମ୍ବଲପୁର ଯାଇଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରେ ସମ୍ବଲପୁରରେ ଲାଗିଛି କର୍ଫ୍ୟୁ । ଗଣ୍ଡଗୋଳକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତେଇଛନ୍ତି ଡିଜିପି । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ କରାଯାଉଛି ।

ମୁତୟନ ହୋଇଛନ୍ତି ଅଧିକ ଫୋର୍ସ । ଗ୍ରାଉଣ୍ଡରେ ସିନିୟର ଅଫିସର ଅଛନ୍ତି । ଅନ୍ୟପଟେ ମିଛ ଖବର ଓ ଗୁଜବକୁ ନେଇ ଆଇନଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ପୂରା ଜିଲ୍ଲାରେ ଆଉ ୨ ଦିନ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ୧୭ ତାରିଖ ସକାଳ ୧୦ଟା ଯାଏ ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା । ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ । ସମସ୍ତ ମୋବାଇଲ୍‌ ଫୋନ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ବନ୍ଦ ରହିବ । ବ୍ରଡବ୍ୟାଣ୍ଡ ଡାଏଲ ଅପ୍‌ ସିଷ୍ଟମ ବନ୍ଦ ରହିଛି । ଗତ ବୁଧବାର ହୋଇଥିବା ଗୋଷ୍ଠୀ ସଂଘର୍ଷ ପରେ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ବନ୍ଦ ହୋଇଥିଲା ଇଣ୍ଟରନେଟ୍‌ ସେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.