Below header

ଆଉ ୨୪ ଘଣ୍ଟା ରହିବ ଗ୍ରୀଷ୍ମ ପ୍ରବାହ, ପଶ୍ଚିମ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

କାଳବୈଶାଖି ପ୍ରଭାବରେ କାଲିଠାରୁ ରାଜ୍ୟରେ କମିବ ଗ୍ରୀଷ୍ମ ପ୍ରବାହ, ହେଲେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ଏପ୍ରିଲ ମାସରେ ୪୦ ଡିଗ୍ରୀ ସ୍ୱାଭାବିକ ତାପମାତ୍ରା, ଏଣୁ ଆଗକୁ ବି ଏହି ତାପମାତ୍ରା ଆଭ୍ୟନ୍ତରୀଣ ରେ ବଜାୟ ରହିବ।

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଆଉ ୨୪ ଘଣ୍ଟା ରହିବ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖି ପ୍ରଭାବରେ କାଲିଠାରୁ ରାଜ୍ୟରେ କମିବ ଗ୍ରୀଷ୍ମ ପ୍ରବାହ, ହେଲେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ଏପ୍ରିଲ ମାସରେ ୪୦ ଡିଗ୍ରୀ ସ୍ୱାଭାବିକ ତାପମାତ୍ରା, ଏଣୁ ଆଗକୁ ବି ଏହି ତାପମାତ୍ରା ଆଭ୍ୟନ୍ତରୀଣ ରେ ବଜାୟ ରହିବ।
ନିମ୍ନ ଚାପ ରେଖା ଉତ୍ତର ପୂର୍ବ ଝାରଖଣ୍ଡ ରୁ ବାହାରି ଓଡ଼ିଶା ଦେଇ ଗତି କରୁଛି। ପ୍ରଭାବରେ ଆସନ୍ତାକାଲି ବିଜୁଳି ଘଡଘଡି ସହ ବର୍ଷା ଆରମ୍ଭ ହେବ। ଆସନ୍ତା ୫ ଦିନ ଯାଏଁ ବର୍ଷା ହେବା ନେଇ କହିଛି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ନିମ୍ନ ଚାପରେଖା ସହ ଓଡ଼ିଶା ନିକଟରେ ଏକ ଗୁରୁଚାପା ବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗର ଆଡୁ ଜଳିୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ। ଫଳରେ ଦିନରେ ତାତି ରହିଲେ ବି ଅପରାହ୍ନ ସମୟରେ ଘଡଘଡି ବିଜୁଳି ସହ ବର୍ଷା ହେବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଏଭଳି ସ୍ଥିତି ସୃଷ୍ଟି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.