ଆମାଜନ Blockbuster Value Days ସେଲରେ ଜବରଦସ୍ତ ଅଫର, ଆଇଫୋନ 14 ପ୍ରୋ ଉପରେ ଭାରି ଡିସକାଉଣ୍ଟ

ଇ-କମର୍ସ ପ୍ଲାଟଫର୍ମ ଆମାଜନ ପକ୍ଷରୁ ଚାଲିଛି ‘Blockbuster Value Days’ ସେଲ । ଗତକାଲିଠୁ ସେଲ ଆରମ୍ଭ ହୋଇଥିବା ବେଳେ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏସବିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଡ ଡିସକାଉଣ୍ଟ ମିଳିବ । ପ୍ରାଇମ ମେମ୍ବରଙ୍କ ପାଇଁ ଏଚଡିଏଫସି ବ୍ୟାଙ୍କ କାର୍ଡରେ ଅଧିକ ତିନିମାସ ନୋ କୋଷ୍ଟ ଇଏମଆଇ ସୁବିଧା ମିଳୁଛି ।

କେନ୍ୟୁଜ୍‌(ବ୍ୟୁରୋ): ଇ-କମର୍ସ ପ୍ଲାଟଫର୍ମ ଆମାଜନ ପକ୍ଷରୁ ଚାଲିଛି ‘Blockbuster Value Days’ ସେଲ । ଏଥିରେ ଏକ୍ସଚେଞ୍ଜ ଡିଲ ସହ ବ୍ୟାଙ୍କ ଅଫର, ଡିସକାଉଣ୍ଟ ଅଫର, ନୋ-କୋଷ୍ଟ ଇଏମଆଇ ଭଳି ଅଫର ରହିଛି । ଗତକାଲିଠୁ ସେଲ ଆରମ୍ଭ ହୋଇଥିବା ବେଳେ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ଇ-କମର୍ସ ପ୍ଲାଟଫର୍ମ ଆମାଜନ ପକ୍ଷରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯାଉଛି । ବିଶେଷ କରି ସ୍ମାର୍ଟଫୋନ ଉପରେ ଏହି ଡିସକାଉଣ୍ଟ ଅଫର ଜାରି ରହିଛି । ଯଦି ଆପଣଙ୍କ ଏକ ଆଇଫୋନ କିଣିବାର ଆଶା ରହିଛି । ଏହାହିଁ ଆପଣଙ୍କ ପାଇଁ ସଠିକ ସମୟ । ଆପଣ ଆଜିହିଁ ଆମାଜନରୁ ଏହି ଅଫର ଗୁଡ଼ିକର ଫାଇଦା ଉଠାଇ ଆଇଫୋନ କିଣି ପାରିବେ । ତାହାପୁଣି କମ୍‌ ଦାମରେ । ସେହିପରି ଯଦି ଆପଣଙ୍କ ପାଖରେ ଏସବିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଡ ଡିସକାଉଣ୍ଟ ମିଳିବ । ଏହାସହ ଆମାଜନ ପ୍ରାଇମ ମେମ୍ବରଙ୍କ ପାଇଁ ଏଚଡିଏଫସି ବ୍ୟାଙ୍କ କାର୍ଡରେ ଅଧିକ ତିନିମାସ ନୋ କୋଷ୍ଟ ଇଏମଆଇ ସୁବିଧା ମିଳୁଛି । ତେବେ ଆସନ୍ତୁ ଜାଣିବା ଆଇଫୋନ ଉପରେ କଣ ଅଫର ରହିଛି ।

ଆମାଜନର Blockbuster Value Days ସେଲରେ ଆଇଫୋନ 14 ପ୍ରୋ ଉପରେ ରହିଛି ଜବରଦସ୍ତ ଡିସକାଉଣ୍ଟ ଅଫର । ମାତ୍ର ୯୧ ହଜାର ୯୯୯ ଟଙ୍କା ଦେଇ ଆପଣ ଏହାକୁ କିଣି ପାରିବେ । ଏହାର ମୂଳ ଦର ୧ ଲକ୍ଷ ୨୯ ହଜାର ୯୦୦ ରହିଥିବା ବେଳେ ଆମାଜନ ଏହାର ଦରକୁ କମାଇ ୧ ଲକ୍ଷ ୧୯ ହଜାର ୯୦୦ ରଖିଛି । ଏହାସହ ଆମାଜନ ପକ୍ଷରୁ ଗ୍ରାହକଙ୍କୁ ଇନିସିଆଲ ୯ ହଜାର ୯୦୧ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ଏହାସହ ଆପଣ ବିଭିନ୍ନ ବ୍ୟାଙ୍କ ଅଫର ଜରିଆରେ ଏହାକୁ ଆହୁରି କମ ଦାମରେ କିଣି ପାରିବେ ।

ଟ୍ରେଡ-ଇନ-ଅଫର ଜରିଆରେ ମଧ୍ୟ ଏହାକୁ ଆପଣ କିଣି ପାରିବେ । ଟ୍ରେଡ-ଇନ-ଅଫର ଜରିଆରେ ଆପଣ ଆପଣଙ୍କ ପୁରୁଣା ଫୋନ ସହ କିଛି ଟଙ୍କା ଦେଇ କିଣି ପାରିବେ । ଆଇଫୋନ ୧୪ ପ୍ରୋରେ ଆପଣଙ୍କୁ ୨୮ ହଜାର ଟଙ୍କା ପ୍ରର୍ଯ୍ୟନ୍ତ ରିହାତି ମିଳିପାରିବ । ଯଦି ଆପଣଙ୍କ ଫୋନର ଅଧିକ ଏକ୍ସଚେଞ୍ଚ ଭେଲ୍ୟୁ ରହିଛି ତେବେ ଆପଣ ମାତ୍ର ୯୧ ହଜାର ୯୯୯ ଟଙ୍କାରେ ଏହି ଫୋନକୁ କିଣି ପାରିବେ । ଏହା ପୂର୍ବରୁ କିନ୍ତୁ ଆପଣଙ୍କୁ ଆପଣଙ୍କ ପିନ୍‌ କୋଡ୍‌ ଦେଇ ଆପଣଙ୍କ ଅଞ୍ଚଳ ଏହି ଅଫର ପାଇଁ ଯୋଗ୍ୟ ନା ନାହିଁ ଯାଞ୍ଚ କରିବାକୁ ପଡ଼ିବ । ଏହାସହ ଏହା ଆପଣଙ୍କ ଫୋନର ମଡେଲ ଓ ଅବସ୍ଥା ଉପରେ ନିର୍ଭର । ଯଦି ଆପଣଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ରହିଛି ଆପଣଙ୍କୁ ଫ୍ଲାଟ ୩ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ । ଏହାସହ ଏଚଏସବିସି କାର୍ଡରେ ୫ ପ୍ରତିଶତ ରିହାତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.