Below header

ଭୁବନେଶ୍ବର: କେମିତି ବୋଲେରୋ ଭିତରେ ମଲେ ନବ ବିଶ୍ବାଳ, ୧୧ ଦିନ ପରେ ବି ନିଷ୍କର୍ଷରେ ପହଞ୍ଚି ପାରୁନି ମଞ୍ଚେଶ୍ବର ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): କେମିତି ଜୀବନ ଯାଇଛି ନବ ବିଶ୍ବାଳଙ୍କର, ଏକଥା ଆମେ ନୁହଁ  ତାଙ୍କ ପରିବାର ଲୋକେ ପ୍ରଶ୍ନ କରୁଛନ୍ତି । ଯାହାର ଉତ୍ତର ମଧ୍ୟ ପୋଲିସ ଦେଇପାରୁନାହିଁ । ଗତ ୨୦ ତାରିଖରେ ମଞ୍ଚେଶ୍ବର  କୁମ୍ଭୀରିଆ ବସ୍ତିର ୩୦ ବର୍ଷୀୟା ନବ ବିଶ୍ବାଳ ସନ୍ଧ୍ୟା ୬ ଟାବେଳେ ଘରେ  କାହାକୁ  କିଛି  ନକହି ବାହାରକୁ ଚାଲିଯାଇଥିଲେ। ରାତି ୧୧ ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ଭାଉଜ ପୂଜା  ବିଶ୍ବାଳ ଘରର ଆଖପାଖରେ ଖୋଜାଖୋଜି କରିବା ପରେ ଘର ନିକଟସ୍ତ ଏକ ବୋଲେରୋ ଭିତରେ ନବ ଶୋଇଥିବାର ଦେଖିବାକୁ ପାଇଥିଲେ। କିନ୍ତୁ ସେଠାରେ ସେ ନବଙ୍କୁ ଯେତେ ଡାକିଲେ ମଧ୍ୟ ନବ ଶୁଣିନଥିଲେ। ବାଧ୍ୟ ହୋଇ ପୂଜା ନିଜ ସ୍ବାମୀ ଅର୍ଥାତ ନବଙ୍କ ବଡ ଭାଇ ନାରାୟଣ ବିଶ୍ବାଳଙ୍କୁ ଡାକିଥିଲେ ।

ପରେ ନାରାୟଣ ଓ କିଛି ବସ୍ତିବାସିନ୍ଦା ମିଶି ବୋଲେରୋର କାଚ ଭାଙ୍ଗିବା ପରେ ନବଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର କିଛି ଚିକିତ୍ସା ଦେବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନବଙ୍କ ମୃତ୍ୟୁ କିପରି ଓ  କେଉଁ ପରିସ୍ଥିତିରେ ହୋଇଛି କିଛି ଜଣା ନପଡିବାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ ନାରାୟଣ ବିଶ୍ବାଳ । କିନ୍ତୁ  ପୋଲିସ ଆଜି ଯାଏଁ କୌଣସି ନଷ୍କର୍ଷରେ ପହଞ୍ଚି ପରିନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

କିନ୍ତୁ କିଛି ବସ୍ତି ବାସନ୍ଦା କହିଛନ୍ତି ଯେ ନବ ଓ ତାଙ୍କ କିଛି ସାଙ୍ଗମାନେ ମଞ୍ଚେଶ୍ବର ନିକଟରେ ଏକ ନବନିର୍ମିତ କୋଠାରେ ମିଳିମିଶି  ଭୋଜି କରୁଥିଲେ। କିନ୍ତୁ  ନବ କିପରି ବୋଲେରୋ ଭିତରକୁ ଆସିଲେ ତାହା ସନ୍ଦେହ ଘେରକୁ ଆସୁଛି। ସେପଟେ ନବଙ୍କ ସାଙ୍ଗମାନଙ୍କ ଫୋନ ସ୍ବିଚ୍ ଅଫ ଆସୁଥିବାର କିଛି ଲୋକେ  କହିଛନ୍ତି।

ଭୁବନେଶ୍ବରରୁ ରାଜାଙ୍କ ରିପୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.