Below header

କୋରାପୁଟ: ସବୁଆଡେ ଜିରୋ ନାଇଟ ବ୍ୟାନ, କିନ୍ତୁ ମୋଟା ଅଙ୍କର ଦେୟ ଦେଇ ସିଲିବ୍ରେସନ ପାଇଁ ଦେଓମାଳିରେ ହେଉଛି ପ୍ରଚାର

କୋରାପୁଟ(କେନ୍ୟଜ୍):  ଦେଓମାଳିରେ ଜିରୋ ନାଇଟ ପାଳନ କରିବାକୁ ସୋସିଆଲ ମିଡିଆରେ ଚାଲିଛି ପ୍ରଚାର । ଦେଓମାଳି ନାଇଟ କ୍ୟାମ୍ପେନ ରିଟ୍ରୀଟ୍  ନାମରେ ଜିରୋ ନାଇଟ ପାଳନ କରିବାନେଇ ଚାଲିଛି ପ୍ରଚାର। ଟେଣ୍ଟ ହାଉସରେ ରହିବା ନେଇ ମୋଟା ଅଙ୍କର ଦେୟ ଲାଗୁଥିବାର ହୋଡିଂରେ ଉଲ୍ଲେଖ ରହିଛି। ଆଗୁଆ ବୁକିଂ କରିବାକୁ  ଫୋନ ନଂ ମଧ୍ୟ ଦିଆଯାଇଛି  ।

ପ୍ରଶାସନ ଜିରୋ ନାଇଟ ଉପରେ କଡ଼ା  କଟକଣା ଜାରି କରିଥିବା ବେଳେ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା ପ୍ରଶାସନ। ନାମ ଠିକଣା ଉଲେଖ ନଥିବା ବେଳେ ସେଥିରେ ଯୋଗାଯୋଗ କରିବା ନେଇ ମୋବାଇଲ ନଂ ରହିଛି। ନମ୍ବର ଚିହ୍ନଟ କରି ସଂପ୍ମୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏସ୍‌ପିଙ୍କୁ ଅବଗତ କରାଇଛନ୍ତି  ଜିଲ୍ଲାପାଳ ମଧୁସୂଦନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.