ଆପଣଙ୍କ ହାତ ପାହାନ୍ତାରେ ଥିବା ଅତ୍ୟାବଶକ ସାମଗ୍ରୀ ଉପରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ, ଥରେ ପକାନ୍ତୁ ନଜର

ନୂଆ ବର୍ଷ ଆରମ୍ଭରୁ ଦେଶରେ ୯ ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଆଉ ଏହି ପରିବର୍ତ୍ତନଗୁଡିକ ଜନସାଧାରଣଙ୍କ ସାଧାରଣ ଜୀବନଶୈଳୀ ଉପରେ ପ୍ରଭାବ ପକାଇବା ନେଇ ଯଥେଷ୍ଠ ଆଶଙ୍କା ରହିଛି । ଆଉ ଏପ୍ରତି ସଠିକ ଭାବେ ଧ୍ୟାନ ନରଖିଲେ ସାଧାରଣ ଜନସାଧାରଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ୨୦୨୧ ଜାନୁଆରୀ ପହିଲାରୁ ଜିଏସ୍ଟି, ଗ୍ୟାସ ସିଲିଣ୍ଡର, ବିଭିନ୍ନ ଜୀବନ ବୀମା ପଲିସୀ, ଚେକ ପେମେଂଟ, କଲିଙ୍ଗ, ହ୍ଵାଟ୍ସଆପ୍‌, ଗାଡି ମୂଲ୍ୟ ଆଦିଗୁଡିକର ନିୟମ ଗୁଡିକରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

1.ବଦଳିବ ଚେକ୍‌ ପେମେଣ୍ଟ ନିୟମ:

ନୂଆ ବର୍ଷ ଆରମ୍ଭରୁ ଚେକ ପେମେଂଟ ନେଇ ଥିବା ନିୟମଗୁଡିକରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କିଙ୍ଗ ଫ୍ରଡଗୁଡିକ ଉପରେ ଲଗାମ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ୨୦୨୧ଜାନୁଆରୀରୁ ଚେକ ପଜିଟିଭ ସିଷ୍ଟମ ଚାଲୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଗଭର୍ନର ଶକ୍ତିକାନ୍ତ ଦାଶ ଅଗଷ୍ଟରେ ଏନେଇ ଘୋଷଣା କରିଥିଲେ ।

new rule

2. ବଢିବ କନେକଟଲେସ କାର୍ଡ ନେଇ ନିୟମ:

ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଏଟିଏମ୍ କାର୍ଡ ଓ ୟୁପିଆଇ କନେକଟଲେସ ଦେଣନେଣ ନିୟମରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ୟୁପିଆଇର ସର୍ବନିମ୍ନ ସୀମାକୁ ୨୦୦୦ ରୁ ୫୦୦୦ ବଢ଼ାଇ ଦିଆଯାଇଛି । ଏହି ସୁବିଧାଗୁଡିକୁ ଜାନୁଆରୀ ୧ ରୁ ଲାଗୁ କରାଯିବ ।

3. ଏହି ମୋବାଇଲଗୁଡିକରେ କାମ କରିବନି ହ୍ଵାଟ୍ସଆପ୍‌ :

ନୂଆ ବର୍ଷ ଠାରୁ ଆଣ୍ଡ୍ରଏଡ଼ 4.3 ଓ ଆଇଓଏସ-9 ଅପରେଟିଙ୍ଗ ସିଷ୍ଟମରେ କାମ କରୁଥିବା ସ୍ମାର୍ଟଫୋନଗୁଡିକରେ କାମ କରିବନି ହ୍ଵାଟ୍ସଆପ୍‌ । ପ୍ରତିବର୍ଷ ହ୍ଵାଟ୍ସଆପ୍‌ ଆଉଟଡେ଼ଟେଡ଼ ଆଇଓଏସ ଓ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ସପୋର୍ଟ କରିବା ବନ୍ଦ କରିଦେଇଥାଏ । ଏଣୁ ପୁରୁଣା ଅପରେଟିଙ୍ଗ ସିଷ୍ଟମର ଫୋନ ବ୍ୟବହାର କରୁଥିବା ଗ୍ରାହକମାନେ ନିଜ ଫୋନକୁ ଅପଗ୍ରେଡ଼ କରାଇ ନେବା ଜରୁରୀ ।

whats app new

4. କମ ପ୍ରିମିୟମରେ କିଣି ପାରିବେ ଟର୍ମ ପ୍ଲାନ :

ସମସ୍ତ ବୀମା କମ୍ପାନୀ ଜାନୁଆରୀ ୧ ରୁ “ସରଳ ବୀମା ପଲିସୀ” ଲାଗୁ କରିବାକୁ ନେଇ ସ୍ଥିର କରିଛନ୍ତି । ଏଥିରେ କମ ପ୍ରିମିୟମରେ ବି ଗ୍ରାହକଙ୍କୁ ଟର୍ମ ପ୍ଲାନ କିଣିବା ନେଇ ସୁଯୋଗ ମିଳିବ । ଏହାର ସବୁଠୁ ଅଧିକ ଲାଭ ସ୍ୱଳ୍ପ ଆୟକାରୀଙ୍କୁ ମିଳିବ ।

5. ବଦଳିବ ଲ୍ୟାଣ୍ଡଲାଇନ ନିୟମ :

ଦେଶବ୍ୟାପୀ ଲ୍ୟାଣ୍ଡ ଲାଇନରୁ ମୋବାଇଲକୁ କଲ କରିବାକୁ ହେଲେ ଉପଭୋକ୍ତାମାନଙ୍କୁ ନମ୍ବର ପୂର୍ବରୁ ଜିରୋ ଲଗାଇବାକୁ ହେବ । ଦୂରସଂଚାର ବିଭାଗ ଟ୍ରାଇ ତରଫରୁ ନିଆଯାଇଥିବା ସମସ୍ତ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ୨୦୨୦ ମେ ୨୯ ଟ୍ରାଇ ପକ୍ଷରୁ ଏନେଇ ସୁପାରିଶ କରାଯାଇଥିବା ନଭେମ୍ବର 20ରେ ଏହା ଉପରେ ମୋହର ବାଜିଥିଲା ।

new rule  6. କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହେବ କ୍ୟୁଆରଏମପି ଯୋଜନା:

ଜିଏସଟି ପ୍ରକ୍ରିୟାକୁ ଆଉ ଟିକେ ସରଳ କରିବା ପାଇଁ ରିଟର୍ଣ୍ଣ କର ଦାଖଲ ଉପରେ କଡ଼ା ପଦକ୍ଷେପ ନିଆଯିବ । ବାର୍ଷିକ ୫ କୋଟି ପର୍ଯ୍ୟନ୍ତର ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଆସନ୍ତା ବର୍ଷ ଠାରୁ ମାତ୍ର ଚାରିଟି ବିକ୍ରି ରିଟର୍ଣ୍ଣ ଦାଖଲ କରିବାକୁ ହେବ । ଯେବେକି ବର୍ତ୍ତମାନର ଯୋଜନାରେ ୧୨ ଟିରେ ରିଟର୍ଣ୍ଣ କର ଦାଖଲ ହେଉଥିଲା ।

7. ମହଙ୍ଗା ହେବ ଗାଡି :

୨୦୨୧ ଜାନୁଆରୀରୁ ଦେଶର ୧୦ ଟି ବଡ଼ ବଡ଼ କାର କମ୍ପାନୀ ନିଜ କାରଗୁଡିକର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି । କମ୍ପାନୀ ଏହି କାରଗୁଡିକର ମୂଲ୍ୟ 3 ପ୍ରତିଶତ ପର୍ଯ୍ୟନ୍ତ ବଢାଇ ପାରେ । ସୂଚନା ମୁତାବକ Renault , Kwid, Duster, Triber ପରି କମ୍ପାନୀ ମୂଲ୍ୟ ବଢ଼ାଇବେ ।

indane

8. ବଢିବ ଏଲ୍ପିଜି ସିଲିଣ୍ଡର ଦାମ:

ନୂଆ ବର୍ଷ ଠାରୁ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ଆସିପାରେ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି ।

9.ଫାସଟ୍ୟାଗ ନିୟମ କଡାକଡି:

ନୂଆ ବର୍ଷରୁ ଫାସଟ୍ୟାଗ ନିୟମ କଡାକଡି କରାଯିବା ନେଇ ସ୍ଥିର ହୋଇଛି  |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.