କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣା: କୋଲକାତ ଗଲା କମିଶନରେଟ ପୋଲିସର ଏକ ଟିମ

କଟକ(କେନ୍ୟୁଜ୍):  କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣାରେ ତନାଘନା ତଦନ୍ତ ଚଳାଇଛି କମିଶନରେଟ ପୋଲିସ । କୋଲକାତରୁ ସିନ୍ଥେଟିକ ପନିର ଆସୁଥିବା ସୂଚନା ମିଳିବା ପରେ ସେଠାକୁ କମିଶନରେଟ ପୋଲିସର ଏକ ଟିମ ଯାଇଛି । ଗତକାଲି ଏହି ଘଟଣାରେ ଜଣେ ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ। ଫୁଡ଼ ସେଫଟି ଆଣ୍ଡ ଷ୍ଟାଣ୍ଡର୍ଡସ ଆକ୍ଟର ଧାରା ୫୧,୫୨,୫୩,୫୯ ଅନୁଯାୟୀ ମଧ୍ୟ ମାମଲା ରୁଜୁ ହୋଇଛି।

cuttackdcp

ଗତକାଲି OMP ଛକ ନିକଟରୁ ପ୍ରାୟ ୧ କ୍ୱିଣ୍ଟାଲ ଅପମିଶ୍ରିତ ପନିର ଜବତ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । କେତେ ଦିନ ଧରି ଏଭଳି ପନିର ବଜାରକୁ ଛଡ଼ା ଯାଉଥିଲା ଓ ଏଥିରେ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି । କୋଲକତାରେ କେଉଁଠି ହେଉଥିଲା ସିନ୍ଥେଟିକ ପନିର ତିଆରି ସେନେଇ ତନାଘନା କରାଯିବ । ଏଭିତରେ ଗତ ୨ ମାସ ଭିତରେ କଟକରେ ଭେଜାଲ ଖାଦ୍ୟ ସାମଗ୍ରୀ ନେଇ ୨୧ଟି ସ୍ଥାନରେ ଚଢ଼ାଉ ହୋଇଛି । ୨୫ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସାଢ଼େ ସାତ କୋଟି ଟଙ୍କାର ଯନ୍ତ୍ରପାତି ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.