Below header

ବାରିପଦା ଜେଲକୁ ନିଆଯାଉଥିବା ବେଳେ ଖସିଯାଉଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର, ପୋଲିସ କଲା ଏନକାଉଣ୍ଟର

କେନ୍ୟୁଜ୍(ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦରକୁ ଚୌଦ୍ବାର ସର୍କଲ ଜେଲରୁ ବାରପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଅପରାହ୍ମ ୩ ଟା ୨୦ରେ ସିମୁଳିଆ ଠାରେ ପରିସ୍ରା କରିବାକୁ କହି ଓହ୍ଲାଇ ଥିଲା ହାଇଦର। ଏହି ସମୟରେ ଖସିବା ପାଇଁ ଉଦ୍ୟମ କରିଥିଲା। ସୁରକ୍ଷା କର୍ମୀ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାର୍ଡଙ୍କ ବନ୍ଧୁକ ଛଡାଇ ସେମାନଙ୍କୁ  ଠେଲି  ଦୌଡି ପଳାଉଥିଲା। ସୁରକ୍ଷାରେ ଥିବା ପୋଲିସମାନେ ତାକୁ ଅଟକିବା ପାଇଁ ୱାର୍ଣ୍ଣିଂ ଦେଇଥିଲେ । କିନ୍ତୁ ହାଇଦର ଅଟକନଥିଲା, ଯାହା ଫଳରେ ପୋଲିସକୁ ବାଧ୍ୟ ହୋଇ ଗୁଳି ଚାଳନ କରିବାକୁ ପଡିଥିଲା । ହାଇଦରର ପେଟ ଓ ହାତରେ ଗୁଳି ବାଜିଛି ଓ ତାକୁ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

କିଛି ଦିନ ତଳେ ସେ କଟକ ବଡ଼ ମେଡିକାଲରୁ  ଚିକିତ୍ସାଧୀନ ଅବସ୍ଥାରେ ହାଇଦର  ଫେରାର ହୋଇ ଯାଇଥିଲା।  ପରେ ତାକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଅଞ୍ଚଳରୁ  ଗିରଫ କରାଯାଇଥିଲା । ଆଜି ସମାନ ଢଙ୍ଗରେ ପରିସ୍ରା ବାହାନାରେ ପୋଲିସ ଭ୍ୟାନରୁ ଖସି ଫେରାର ହେବାକୁ ଚେଷ୍ଟା କରୁଥିବା  ବେଳେ ପୋଲିସ ତାକୁ  ଏନକାଉଣ୍ଟର କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.