ଭାରତରେ ଲଞ୍ଚ୍‌ ହେଲା Poco F3 GT ସ୍ମାର୍ଟ ଫୋନ୍‌, ମାତ୍ର ୧୫ ମିନିଟ ଚାର୍ଜ କଲେ ପୁରା ଦିନ କରିପାରିବେ ବ୍ୟବହାର

ନୂଆଦିଲ୍ଲୀ : ଦୀର୍ଘ ଦିନର ବ୍ୟବଧାନ ପରେ ଭାରତରେ ପୋକୋ ର ନୂଆ ସ୍ମାର୍ଟ ଫୋନ୍‌ F3 GT ଲଞ୍ଚ ହେଲା । କମ୍ପାନୀ ଏହାର ୩ ଟି ଭାରିଆଣ୍ଟ ବଜାରକୁ ଛାଡିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୨୬,୯୯୯ ଟଙ୍କା । ଏହି ଫୋନ୍‌ ଦୁଇଟି କଲରରେ ମିଳିବ । ଏଥିରେ ୫୦୬୫ mAh ବ୍ୟାଟେରୀ ଦିଆଯାଇଛି । ଏହି ବ୍ୟାଟେରୀ ମାତ୍ର ୧୫ ମିନିଟ୍‌ ଚାର୍ଜ ରେ ପୁରା ଦିନ ଚାଲିବ । ଆସନ୍ତୁ ଜାଣିବା ଏହା ମୂଲ୍ୟ ଓ ସ୍ପେସିଫିକେସନ୍‌ ।

ଏହାର ମୂଲ୍ୟ :

Poco F3 GT ସ୍ମାର୍ଟ ଫୋନ ରେ 6 GB ର‍୍ୟାମ୍‌ ଓ 128 GB ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି । ଯାହାର ମୂଲ୍ୟ ରହିଛି ୨୬,୯୯୯ ଟଙ୍କା । ଏହାର 8 GB ର‍୍ୟାମ୍‌ ଓ 128 GB ଇଣ୍ଟରନାଲ ଷ୍ଟୋରେଜ ବାଲା ଫୋନ୍‌ର ଦାମ ରହିଛି ୨୮,୯୯୯ ଟଙ୍କା । ଏହାର ଟପ୍‌ ମଡେଲ ଫୋନ୍‌ 8 GB ର‍୍ୟାମ୍‌ ଓ 128 GB ଇଣ୍ଟରନାଲ ଷ୍ଟୋରେଜ ବାଲା ଫୋନ୍‌ ର ମୂଲ୍ୟ ରହିଛି ୩୦,୯୯୯ ଟଙ୍କା ।

ସ୍ପେସିଫିକେସନ :

ଏହି ସ୍ମାର୍ଟ ଫୋନ୍‌ରେ 6.67 ଇଞ୍ଜର ଫୁଲ ଏଚ୍‌ଡି OLED ଡିସ୍‌ପ୍ଲେ ଦଆଯାଇଛି ଯାହାର ରେଜୋଲୁସନ (1,080×2,400) ପିକସେଲ ଅଟେ । ଏଥିରେ ଟ୍ରିପଲ କ୍ୟାମେରା ସେଟଅପ୍‌ ଦିଆଯାଇଛି । ଯାହାର ପ୍ରାଇମେରୀ କ୍ୟାମେରା ୬୪ ମେଗାପିକସେଲ୍‌ ଓ ସେକେଣ୍ଡାରୀ କ୍ୟାମେରା ୮ ମେଗାପିକ୍ସେଲ ଓ ୨ ମେଗା ପିକସେଲ୍‌ ର ୩ୟ କ୍ୟାମେରା ଦିଆଯାଇଛି । ଏହା ଛଡ଼ା ଭିଡିଓ କଲିଂ ପାଇଁ ୧୬ ମେଗା ପିକସେଲ ର କ୍ୟାମେରା ମଧ୍ୟ ଦିଆଯାଇଛି ।

୧୫ ମିନିଟ ଚାର୍ଜରେ ଚାଲିବ ପୁରା ଦିନ :

Poco F3 GT ସ୍ମାର୍ଟ ଫୋନ୍‌ରେ 5,065mAh ର ବ୍ୟାଟେରୀ ଦିଆଯାଇଛି । ଏହି ଫୋନକୁ ମାତ୍ର ୧୫ ମିନିଟ ଚାର୍ଜ କଲେ ପୁରା ଦିନ ଚାଲିବ ବୋଲି କମ୍ପାନି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.