Below header

ସମ୍ବଲପୁର ଟ୍ରିପଲ୍‌ ମର୍ଡର ସସପେନ୍ସ, ଫେରାର ଭଡ଼ାଟିଆଙ୍କୁ ଖୋଜୁଛି ପୋଲିସ

ମୃତ ସାଜିଆଙ୍କ ଘରେ ଭଡ଼ାରେ ଥିବା ସଲମାନ୍‌ ଅହମ୍ମଦକୁ ଖୋଜୁଛି ପୋଲିସ । ହତ୍ୟାକାଣ୍ଡ ପରଠୁ ତାଙ୍କର କୌଣସି ଖୋଜଖବର ନାହିଁ । ସେ ଏବେ କେଉଁଠି ? ତାଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଦୁଇଟି ଟିମ୍‌ ପଠାଇଛି ସମ୍ବଲପୁର ପୋଲିସ ।

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ଟ୍ରିପଲ ମର୍ଡର ଖିଅ ଖୋଜୁଛି ପୋଲିସ । ହତ୍ୟା ଅଭିଯୁକ୍ତ କିଏ ? ଏଯାଏ କୌଣସି ଟେର୍‌ ପାଉନି ପୋଲିସ । ମୃତ ସାଜିଆଙ୍କ ଘରେ ଭଡ଼ାରେ ଥିବା ସଲମାନ୍‌ ଅହମ୍ମଦକୁ ଖୋଜୁଛି ପୋଲିସ । ହତ୍ୟାକାଣ୍ଡ ପରଠୁ ତାଙ୍କର କୌଣସି ଖୋଜଖବର ନାହିଁ । ସେ ଏବେ କେଉଁଠି ? ତାଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଦୁଇଟି ଟିମ୍‌ ପଠାଇଛି ସମ୍ବଲପୁର ପୋଲିସ । କେମିତି ହେଲା ହତ୍ୟା । ପୋଷ୍ଟମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ଅନ୍ୟପଟେ ଏଯାଏ ଅସ୍ପଷ୍ଟ ରହିଛି ମର୍ଡର ମୋଟିଭ୍‌ । ସଲମାନ ଧରା ପଡ଼ିବା ପରେ ରହସ୍ୟ ଉପରୁ ପରଦା ହଟିବ । ଅନ୍ୟପଟେ ସାମନାକୁ ଆସିଛି ଆଉ ଜଣେ ଯୁବକଙ୍କ ନାଁ ।

ରୁରୁଦୀପ ନାମକ ଜଣେ ଯୁବକଙ୍କ ନାଁ ସାମନାକୁ ଆସିବା ପରେ ପୁଣି ବଢ଼ିଛି ରହସ୍ୟ । ସେ କିଏ ଓ ଘର କେଉଁଠି ? ସାଜିଆଙ୍କ ସହ ସମ୍ପର୍କ କଣ ଥିଲା ? ଗୁରୁଦୀପଙ୍କୁ ଖୋଜି ବାହାର କରିବା ସହ ଖୁବଶୀଘ୍ର ତାକୁ ପଚରାଉଚରା କରିବ ପୋଲିସ । ଗତ ଶନିବାର ଦିନ ଧନୁପାଲି ଥାନା ସୁନାପାଲି ଅଞ୍ଚଳର ବନ୍ଦ ଘରୁ ସାଜିୟା ପରବିନ୍‌, ତାଙ୍କର ୮ବର୍ଷର ପୁଅ ଅବଦୁଲ୍‌ ରେହମାନ ଓ ୬ବର୍ଷର ଝିଅ ହୁମାୟାରା ତୟବାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କର ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । କିଛି ଦିନ ତଳେ ସାଜିଆଙ୍କ ସହ ସଲମାନ ଅହମ୍ମଦର ପାଟିତୁଣ୍ଡ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଛି । କିଏ ଓ କାହିଁକି କଲା ଏମିତି ନରହତ୍ୟା । ଅଭିଯୁକ୍ତଙ୍କୁ ଧରିବା ସହ ମର୍ଡର ମୋଟିଭ୍‌ ଭେଦିବା ସମ୍ବଲପୁର ପୋଲିସ ଆଗରେ ଚ୍ୟାଲେଞ୍ଜ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.